ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ କାରଗିଲ୍‌ ବିଜୟ ଦିବସ ପାଳିତ

Advertisment
ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ କାରଗିଲ୍‌ ବିଜୟ ଦିବସ ପାଳିତ

ବାଲୁଗାଁ : ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଆଜି ୨୧ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ଦେଶତ୍ମାବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଇଏନ୍‌ଏସ୍‌ ଚିଲିକାର କମୋଡର୍‌ ଋତୁରାଜ ସାହୁ ଯୋଗଦେଇ ସହିଦଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ସହିଦଙ୍କ ସମ୍ମାନାର୍ଥେ ନୌସେନା ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା। ୧୯୯୯ ମସିହା କାରଗିଲ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ବର ଗାଥା ସମ୍ପର୍କରେ କମୋଡର୍‌ ଶ୍ରୀ ସାହୁ ବର୍ଣ୍ଣନା କରିଥିଲେ। ଆଇଏନ୍‌ଏସ୍‌ ଚିଲିକା ମଧ୍ୟରେ ରହୁଥିବା ଅଧିବାସୀମାନଙ୍କ ପକ୍ଷରୁ କାରଗିଲ ଯୁଦ୍ଧ ସମ୍ପର୍କିତ ଫଟୋଚିତ୍ର, ଗୀତ ଓ ଗଳ୍ପର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe