ବନ୍ଧମୁଣ୍ଡା: ଦକ୍ଷିଣ ପୂର୍ବ ରେଳବାଇ ସର୍କଲର ସୁରକ୍ଷା କମିସନର(ସିଆରଏସ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ରାଉରକେଲା ରେଳବାଇ ଷ୍ଟେସନରୁ ବନ୍ଧମୁଣ୍ଡା ରେଳବାଇ ସେକ୍ସନର କୁକୁଡ଼ା ରେଳ ଫାଟକରେ ଏ-କ୍ୟାବିନ୍ ପର୍ଯ୍ୟନ୍ତ ନବନିର୍ମିତ ଚତୁର୍ଥ ରେଳଟ୍ରାକର ଯାଞ୍ଚ କରାଯାଇଛି।
ଏହି ସମୟରେ ସିଆର୍ଏସ୍ ଦ୍ୱାରା ନବନିର୍ମିତ ରେଳଟ୍ରାକର ଗୁଣବତ୍ତା, ଗଠନ ଏବଂ ସୁରକ୍ଷା ମାନଦଣ୍ଡର ମୂଲ୍ୟାଙ୍କନ କରାଯାଇଛି। ସିଆରଏସ ବ୍ରିଜେଶ କୁମାର ମିଶ୍ର ବୁଧବାର ସକାଳ ସାଢେ ୭ଟା ବେଳେ ରାଉରକେଲା ରେଳଷ୍ଟେସନର ଯାଞ୍ଚ କରିଥିଲେ। ତାପରେ ଆଠଟା ସମୟରେ ସେ ରାଉରକେଲା ଆରଆରଆଇ କେବିନର ଯାଞ୍ଚ କରିଥିଲେ।
ଏହାପରେ ସେ ମୋଟର ଟ୍ରଲିରେ ବସି ରାଉରକେଲାରୁ ବନ୍ଧମୁଣ୍ଡାର କ୍ୟୁ-କ୍ୟାବିନ୍ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ। ତାପରେ ସେ କ୍ୟୁ-କ୍ୟାବିନ୍ରୁ ପି -କ୍ୟାବିନ୍ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ। ଏହାପରେ ସେ ପି-କ୍ୟାବିନରୁ ବନ୍ଧମୁଣ୍ଡା ଏ-କ୍ୟାବିନ୍, ଲିଙ୍କ୍-ସି, ବାଙ୍ଗୁରକେଲା ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେ ଟ୍ରାକର ସ୍ଥିରତା, ସିଗନାଲିଂ ସିଷ୍ଟମ ଏବଂ ବ୍ରିଜ ଗୁଡ଼ିକର ବୈଷୟିକ ଦିଗଗୁଡ଼ିକୁ ପରୀକ୍ଷା କରିଥିଲେ।
ଅଧିକ ପଢ଼ନ୍ତୁ: ବେଦବ୍ୟାସ ଝୁଲାପୋଲ ନିର୍ମାଣ ପ୍ରସଙ୍ଗ: ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ
ସୂଚନା ମିଳିଛି ଯେ, ଆଜି ଗୁରୁବାର ଦିନ ସିଆରଏସ ତାଙ୍କ ସ୍ୱତନ୍ତ୍ର ଯାଞ୍ଚ ଟ୍ରେନ୍ ମାଧ୍ୟମରେ ଏହି ଟ୍ରାକର ସ୍ପିଡ୍ ପରୀକ୍ଷା କରିବେ। ଉପସ୍ଥିତ ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏହି ଟ୍ରାକ୍ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ମାଲ ପରିବହନ ସହିତ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକୁ ଦ୍ରୁତ, ସୁବିଧାଜନକ ଏବଂ ନିରାପଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ।
ଏହି ଅବସରରେ ଚକ୍ରଧରପୁର ରେଳବାଇ ଡିଆର୍ଏମ୍ ତରୁଣ ହୁରିଆ, ବରିଷ୍ଠ ଡିଏସ୍ସି ପି ଶଙ୍କର କୁଟ୍ଟିଙ୍କ ସମେତ ରେଳବାଇ ଇଞ୍ଜିନିୟର ସମେତ ଅନ୍ୟ ରେଳବାଇ ଅଧିକାରୀମାନେ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ୧୨ ଲକ୍ଷ ବୀମାଭୁକ୍ତ ଶ୍ରମିକ ପରିବାରକୁ ଧୋକା: ଇଏସ୍ଆଇ ମଡେଲ ହସ୍ପିଟାଲ କାହା ସ୍ବାର୍ଥରେ
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/05/ODlurPoQ0u58Is2Awh5N.jpg)