ବଡ଼ମାଲରେ ସ୍ବତନ୍ତ୍ର ଯାନବାହାନ ଯାଞ୍ଚ, ୧୦ ଲକ୍ଷ ଜରିମାନା ଆଦାୟ

ବଡ଼ମାଲରେ ସ୍ବତନ୍ତ୍ର ଯାନବାହାନ ଯାଞ୍ଚ, ୧୦ ଲକ୍ଷ ଜରିମାନା ଆଦାୟ

Special Opinion

ଝାରସୁଗୁଡ଼ା : ଝାରସୁଗୁଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ଜିଲ୍ଲା ପରିବହନ ବିଭାଗ ଓ ପୁଲିସର ମିଳିତ ଯାନବାହନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ଅବସରରେ ଗୁରୁବାର ବଡ଼ମାଲ ଥାନା ଅଧୀନରେ ଏହି ସ୍ବତନ୍ତ୍ର ମିଳିତ ଯାଞ୍ଚ ବେଳେ ପୁଲିସ ୧୦ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରିଛି। ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ଜଣାଯାଇଛି।

ପୁଲିସ ପକ୍ଷରୁ ମ‌ୋଟ୍‌ ୧୯୪ ଗୋଟି ଚାଲାଣ କଟା ଯାଇଥିବା ବେଳେ ୧୦ ଲକ୍ଷ ୪୧ ହଜାର ଟଙ୍କାର ଜରିମାନା କରା ଯାଇଛି। ଏଥିରେ ଅତ୍ୟଧିକ ଦ୍ରୁତ ଗତିରେ ଚଳାଉଥିବା ୬୩ ‌ଗାଡ଼ିକୁ ୪ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରାଯାଇଥିବା ନେଇ ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe