ଦୀପାବଳି ପୂର୍ବରୁ ମିଠା ଦୋକାନରେ ଯାଞ୍ଚ, ୨୦ କେଜି ମିଠା ନଷ୍ଟ

ଦୀପାବଳି ପୂର୍ବରୁ ମିଠା ଦୋକାନରେ ଯାଞ୍ଚ, ୨୦ କେଜି ମିଠା ନଷ୍ଟ

ସମ୍ବଲପୁର : ଭାରତୀୟ ଖାଦ୍ୟ ନିରାପତ୍ତା ମାନକ ପ୍ରଧିକରଣର ନିର୍ଦ୍ଦେଶ ପରେ ଦୀପାବଳି ପୂର୍ବରୁ ସ୍ଥାନୀୟ ସହରର ବିଭିନ୍ନ ମିଟାଦୋକନରେ ମିଠା, କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟର ଯାଞ୍ଚ କରାଯାଇଛି। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ଖାଦ୍ୟ ଯାଞ୍ଚ ଦଳ ଗୁରୁବାର ସାନସଡ଼କ, ଜିଲ୍ଲା ସ୍କୁଲ ଛକ ଓ ବୁଢ଼ାରଜା ଅଞ୍ଚଳର ବିଭିନ୍ନ ମିଠା ଦୋକାନରେ ଯାଞ୍ଚ କରିଥିଲେ। ମୋଟ ଉପରେ ୫ଟି ଦୋକାନ ଯାଞ୍ଚ କରାଯାଇଥିଲା। ଏହି ଅବସରରେ ଅସ୍ବାସ୍ଥ୍ୟକର ୨୦ କେଜି ମିଠା ନଷ୍ଟ କରାଯିବା ସହ ବିଭିନ୍ନ ଦୋକାନରୁ ୫ଟି କ୍ଷୀର ଜାତୀୟ ଦ୍ରବ୍ୟର ନମୁନା ସଂଗ୍ରହ କରାଯାଇଥିଲା। କଭର ଥିବା ଡଷ୍ଟବିନ ସାଙ୍ଗକୁ ପାଣିକୁ ଘୋଡ଼ାଇ ରଖିବା ପାଇଁ କୁହାଯାଇଥିଲା। ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳ, ଅନୁଜ ଏକ୍କା ଏବଂ ଶ୍ରୀକାନ୍ତ ପୃଷ୍ଟି ପ୍ରମୁଖ ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe