ଗିରଫ ହେଲେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ: ୮ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

Advertisment

ଖୋଳତାଡ଼ କରୁଛି ଭିଜିଲାନ୍‌ସ ବୈଷୟିକ ଟିମ୍‌

ଖୋଳତାଡ଼ କରୁଛି ଭିଜିଲାନ୍‌ସ ବୈଷୟିକ ଟିମ୍‌

ଗିରଫ ହେଲେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ: ୮ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ବାଲେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଜମା ମାମଲାରେ ବାଲେଶ୍ବର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍‌ସ। ଶୁକ୍ରବାର ଶ୍ରୀ ପ୍ରଧାନଙ୍କ କାର୍ଯ୍ୟାଳୟ ଓ ଜଳେଶ୍ବରସ୍ଥିତ ପୈତୃକ ବାସଭବନ ସହ ୭ଟି ସ୍ଥାନରେ ଭିଜିଲାନ୍‌ସ ଟିମ୍‌ ଏକକାଳୀନ ଚଢ଼ଉ କରିଥିଲା। ଶ୍ରୀ ପ୍ରଧାନଙ୍କଠାରୁ ୮ କୋଟିରୁ ଅଧିକ ଆୟ ବହିର୍ଭୂତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପି ନରହରି ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭିଜିଲାନ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ; ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାମରେ ପୁରୀ ଡେଲାଙ୍ଗରୁ ଆରମ୍ଭ କରି ପଶ୍ଚିମବଙ୍ଗର ସୁନାକଣିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୮୫ଟି ପ୍ଲଟ୍‌ ରହିଛି। ସେଥିମଧ୍ୟରୁ କେବଳ ଜଳେଶ୍ବରରେ ୮୦ଟି, ପୁରୀ ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗର ସୁନାକଣିଆରେ ଗୋଟିଏ ପ୍ଲଟ୍‌ ଅଛି। ଜଳେଶ୍ବରରେ ଥିବା ଜମି ଓ ୧୨୫୦୦ ସ୍କୋୟାର୍‌ ଫୁଟ୍‌ରେ ନବନିର୍ମିତ ୫ ମହଲା ଘର, ପୈତୃକ ବାସଭବନ, ଫାର୍ମ ହାଉସ୍‌, ମାର୍କେଟ୍‌ କମ୍ପ୍ଲେକ୍ସ ଆଦିକୁ ମିଶାଇଲେ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫ କୋଟି ୧୪ ଲକ୍ଷ ୯୨ ହଜାର ୫୬୧ ଟଙ୍କା ହେବ। ସେହିପରି ନଗଦ ୧୧ ଲକ୍ଷ ୮୧ ହଜାର ୫୮୦ ଟଙ୍କା ସହ ୧ କୋଟି ୪୪ ଲକ୍ଷ ୩୩ ହଜାର ୬୩୯ ଟଙ୍କାର ବ୍ୟାଙ୍କଜମା, ପୋଷ୍ଟାଲ୍‌ ଜମା ଓ ବୀମା କାଗଜପତ୍ର ଜବତ ହୋଇଛି। ୩୩୪.୫୫ ଗ୍ରାମ୍‌ର ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍‌, ଗୋଟିଏ ୪ ଚକିଆ ଗାଡ଼ି (ଟାଟା ଇଣ୍ଡିକା), ୩ଟି ଦୁଇଚକିଆ ଗାଡ଼ି ଏବଂ ଗୃହ ଉପକରଣର ତାଲିକା ମଧ୍ୟ ଭିଜିଲାନ୍ସ ପାଖରେ ରହିଛି। ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ମୋଟ ୮ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଯାହା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆୟଠାରୁ ୨୪୫ ପ୍ରତିଶତ ଅଧିକ। ଉଲ୍ଲେଖଥାଉକି, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ନାମରେ ମଧ୍ୟ ଅନେକ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଏ ନେଇ ଭିଜିଲାନ୍‌ସର ବୈଷୟିକ ଟିମ୍‌ ଖୋଳତାଡ଼ ଜାରି ରଖିଛି।

ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ବିରୋଧରେ ହୋଇଥିବା ସବୁ ଅଭିଯୋଗ ମିଛ। ମୋତେ ଜାଣିଶୁଣି ଫସାଇ ଦିଆଯାଇଛି। ଶ୍ରୀ ପ୍ରଧାନ ୧୯୯୪ ମସିହାରେ ଇଞ୍ଜିନିୟର୍‌ ଚାକିରି ଜୀବନ ଆରମ୍ଭ କରିଥିଲେ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଆଳି ଡିଭିଜନ୍‌ରେ କାର୍ଯ୍ୟ କରିବା ପରେ ୨୦୨୧ ମସିହାରେ ଅଧୀକ୍ଷଣ ଯନ୍ତ୍ରୀ ଓ ନିକଟରେ କେନ୍ଦୁଝର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ଡିଭିଜନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe