ଦୁର୍ଘଟଣାସ୍ଥଳରୁ ପିସିଆର୍‌ରେ ଶବ ସ୍ଥାନାନ୍ତର ଘଟଣା: ନିଲମ୍ବିତ ହେଲେ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା

ଦୁର୍ଘଟଣାସ୍ଥଳରୁ ପିସିଆର୍‌ରେ ଶବ ସ୍ଥାନାନ୍ତର ଘଟଣା: ନିଲମ୍ବିତ ହେଲେ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା

ଝାରସୁଗୁଡ଼ା: ଗତ ୮ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଠକଠକି ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୩ ମୃତାହତଙ୍କୁ ପିସିଆର୍‌ ଭ୍ୟାନ୍‌ରେ ନେଇ ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା। ଏସମ୍ପର୍କରେ ‘ସମ୍ବାଦ’ ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଏସ୍‌ପି ସ୍ମିତ୍‌ ପରମାର୍‌ ପୁରୁଷୋତ୍ତମ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ ତାରିଖରେ ଲଖନପୁର ଥାନାର ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରି ନିଆଯାଇଥିଲା।

ପୁଲିସ୍‌ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଶ୍ରୀମତୀ ଜେନାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ୪ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣ‌ାରେ ଶ୍ରୀମତୀ ଜେନା ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe