Advertisment

ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ପ୍ରେରଣା: ପେସା ଇଂଜିନିୟରିଂ, ନିଶା ଗୁପ୍‌ଚୁପ୍ ତିଆରି

Advertisment

ସକାଳେ ଅଫିସ୍, ସନ୍ଧ୍ୟାରେ ବ୍ୟବସାୟ

ସକାଳେ ଅଫିସ୍, ସନ୍ଧ୍ୟାରେ ବ୍ୟବସାୟ

ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ପ୍ରେରଣା: ପେସା ଇଂଜିନିୟରିଂ, ନିଶା ଗୁପ୍‌ଚୁପ୍ ତିଆରି

ସେମିଳିଗୁଡ଼ା: ଶିକ୍ଷାଗତ ଯୋଗ୍ୟତା ମେକାନିକାଲ୍‌ ଡିପ୍ଲୋମା ଇଞ୍ଜିନିୟର୍। କିନ୍ତୁ ନିଶା ଗୁପ୍‌ଚୁପ୍ ତିଆରି କରିବା। ସକାଳେ ଅଫିସ୍ ଯାଇ ଫେରିବା ପରେ ସନ୍ଧ୍ୟାରେ ଗୁପ୍‌ଚୁପ୍ ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଜିଲ୍ଲା ସୁନାବେଡ଼ାର ଅରୁଣ କୁମାର ନାୟକ। ଦିନକୁ ବ୍ୟବସାୟରୁ ହଜାରେ ଟଙ୍କାର ଲାଭ କମାଇ ଆଜିର ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଅତି ଗରିବ ପରିବାରର ଅରୁଣ ପାଠପଢ଼ା ସାରିବା ପରେ ହରିୟାଣାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର୍ ଭାବେ ଚାକିରି ଆରମ୍ଭ କରିଥିଲେ। ହେଲେ ବାରମ୍ବାର ଦେହ ଖରାପ ଯୋଗୁଁ ଚାକିରି ଛାଡ଼ି ସୁନାବେଡ଼ା ଚାଲି ଆସିଥିଲେ। ଘରକୁ ଫେରିବା ପରେ ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ (ହାଲ୍)ରେ ଚାକିରି ପାଇଁ ଆବେଦନ କରିଥିଲେ। ଚୁକ୍ତିଭିତ୍ତିକ ଇଞ୍ଜିନିୟର୍ ଭାବେ କମ୍ପାନିରେ ଚାକିରି ମିଳିଥିଲା। ହେଲେ ମାସିକ ଦରମା ବାବଦକୁ ୧୫ ହଜାର ଟଙ୍କା ମିଳୁଥିବାରୁ ପରିବାର ଚଳାଇବା ଅରୁଣଙ୍କ ପକ୍ଷରେ କଷ୍ଟକର ହୋଇଥିଲା। ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରି ନିଆରା ଗୁପ୍‌ଚୁପ୍ ବିକ୍ରି କରିବାକୁ ଚିନ୍ତା କରିଥିଲେ। ସୁନାବେଡ଼ା ବଜାରରେ ଗୁପ୍‌ଚୁପ୍ ବିକାଳିଙ୍କ ସଂଖ୍ୟା କମ ନଥିବାରୁ ଅଧିକ ସୁସ୍ବାଦ ଏବଂ ବିଭିନ୍ନ ପ୍ରକାରର ଗୁପ୍‌ଚୁପ୍ ତିଆରି କରିବା ଆରମ୍ଭ କରିଥିଲେ ଅରୁଣ।

ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅରୁଣ ଗୁପ୍‌ଚୁପ୍ ବିକ୍ରି କରୁଥିବା ବେଳେ ଷ୍ଟଲ୍ ନିକଟରେ ଲାଗୁଛି ପ୍ରବଳ ଭିଡ଼। ଦୈନିକ ୨୫୦୦ରୁ ୩୦୦୦ ଟଙ୍କାର ବ୍ୟବସାୟ ହେଉଛି। ଏଥିରେ ଅରୁଣଙ୍କ ଦ୍ବିଧା ନାହିଁ। କହିଛନ୍ତି, ପେଟ ପୋଷିବା ପାଇଁ ସତ୍‌ ଉପାୟରେ ଯେକୌଣସି କାର୍ଯ୍ୟ କଲେ ତାହା ଛୋଟ ହୋଇନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe