ବାଲ୍ୟ ବିବାହ ହ୍ରାସ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ନିର୍ଦେଶ

ଏନସିଆରବି ରିପୋର୍ଟ ତଥ୍ୟ: ଦୁଇ ବର୍ଷରେ ବାଲ୍ୟ ବିବାହ ୫୦% ବୃଦ୍ଧି

iPleaders

ଭୁବନେଶ୍ବର : ବାଲ୍ୟ ବିବାହ ହ୍ରାସ ଦିଗରେ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦେଶ ଦେଇଛି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ। ଏସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଏବଂ ୫ଟି ଯାକ ମହାନଗର ନିଗମର କମିସନରଙ୍କୁ ଦିଆଯାଇଥିବା ପତ୍ର ଅନୁସାରେ, ୨୦୧୫-୧୬ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୧.୩ ପ୍ରତିଶତ, ୨୦୨୦-୨୧ ଅନୁସାରେ ୨୦.୫ ପ୍ରତିଶତ ବାଲ୍ୟ ବିବାହ ହେଉଛି। ଗାଁ ସହିତ ମହାନଗରର ବସ୍ତି ଅଞ୍ଚଳରେ ବାଲ୍ୟ ବିବାହ ଦେଖିବାକୁ ମିଳୁଛି। ୧୬ ଜିଲ୍ଲାରେ ଏନେଇ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇଛି। ବାକି ଜିଲ୍ଲାମାନେ ମଧ୍ୟ ଏସଂକ୍ରାନ୍ତରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଏଥିପାଇଁ ବାଲ୍ୟ ବିବାହ ହେଉଥିବା ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ସଚେତନତା ବୃଦ୍ଧି ଏବଂ ଏହାକୁ ରୋକିବା ପାଇଁ ବ୍ୟବସ୍ଥା, ଅଧାରୁ ପାଠ ଛାଡ଼ିବା ଏବଂ ବାହାରକୁ କିଶୋରୀ ଚାଲାଣ ରୋକିବା ପାଇଁ ବ୍ୟବସ୍ଥା ଗ୍ରହଣ, ଇଣ୍ଟର ସେକ୍ଟରାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା, ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ପାଇଁ ରଣନୀତି ପ୍ରସ୍ତୁତ ଆଦି ଅନ୍ତର୍ଭୁକ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe