ବିପିୟୁଟି ଓ ଏସ୍‌ସିଟିଇ ଆଣ୍ଡ ଭିଟିକୁ ନିର୍ଦେଶ: ଅନ୍‌ଲାଇନ୍‌ରେ ସହବନ୍ଧନ ଦିଅ

ବିପିୟୁଟି ଓ ଏସ୍‌ସିଟିଇ ଆଣ୍ଡ ଭିଟିକୁ ନିର୍ଦେଶ: ଅନ୍‌ଲାଇନ୍‌ରେ ସହବନ୍ଧନ ଦିଅ

Sambad English

ଭୁବନେଶ୍ୱର : ରାଜ୍ୟରେ ଥିବା ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକର ସହବନ୍ଧନ କାର୍ଯ୍ୟ ସହଜ, ସରଳ ହେବ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନ୍‌ଲାଇନ୍‌ରେ ଏସବୁ କାର୍ଯ୍ୟ କରିବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି), ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇ ଆଣ୍ଡ ଭିଟି)ର ଉପାଧ୍ୟକ୍ଷଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିପିୟୁଟି ଅଧୀନରେ ୯୩ଟି ଇଂଜିନିୟରିଂ କଲେଜ, ୭୬ଟି ଏମ୍‌ବିଏ ଓ ଏମ୍‌ସିଏ ଶିକ୍ଷାନୁଷ୍ଠାନ, ୧୭ଟି ଫାର୍ମାସୀ ଶିକ୍ଷାନୁଷ୍ଠାନ ରହିଛି। ଏସ୍‌ସିଟିଇ ଆଣ୍ଡ ଭିଟି ଅଧୀନରେ ୧୬୩ଟି ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନ ରହିଛି। ତେବେ ଦେଖିବାକୁ ମିଳିଲା ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମକୁ ସଠିକ୍‌ ଭାବେ ଅନୁପାଳନ କରୁନାହାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକୁ ସହବନ୍ଧନ ପ୍ରଦାନ କାର୍ଯ୍ୟରେ ବିଳମ୍ବ ହେଉଛି। ଆବେଦନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ୱଳ୍ପ ଅବଧି ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ତ ତଥ୍ୟଗୁଡ଼ିକ ଓଡ଼ିଶା ଓ୍ୱାନ୍‌ ପୋର୍ଟାଲ୍‌ ଓ ନିଜସ୍ୱ ୱେବସାଇଟ୍‌ରେ ଦର୍ଶାଇବାକୁ ମଧ୍ୟ କୁହାଯାଇଛି। ଏପରିକି ଏ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ୧୫ ଦିନ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଜଣାଇବାକୁ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe