୨୫ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ

Advertisment
ଚାଷୀଙ୍କୁ ଦଲାଲ ଶୋଷଣ ଜଟିଳ: ପରିବହନ ଓ ସଂରକ୍ଷଣ ସମସ୍ୟା ଯୋଗୁଁ ବଢୁଛି କଷ୍ଟ

Xinhua

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲବୀମାରେ ଚାଷୀଙ୍କ କୃଷି ବୀମାକରଣର କଟ୍‌ ଅଫ ତାରିଖ ଚଳିତମାସ ୩୧ ତାରିଖ ରହିଛି। ସୀମିତ ସମୟକୁ ଦୃଷ୍ଟିରେ ରଖି ଅତିକମ୍‌ରେ ୨୫ଲକ୍ଷ କୃଷକଙ୍କ ନାମ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କୃଷକମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଆଜି ସମୀକ୍ଷା କରିଛନ୍ତି। ଆଭାସୀ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ୩୧୪ ବ୍ଲକ୍‌କୁ ସଂଯୋଗ କରାଯାଇଥିଲା। କପା, ଅଦା ଓ ହଳଦୀ ଭଳି ଉଚ୍ଚମାନର ଫସଲ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ଏଥିରେ ସାମିଲ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଋଣଗ୍ରସ୍ତ କୃଷକଙ୍କ ସହ ଅଧିକରୁ ଅଧିକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ପ୍ରକୃତ କୃଷକମାନେ ଯେପରି ପଞ୍ଜୀକରଣରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଜାଲିଆତି ପଞ୍ଜୀକରଣ ରୋକିବା ପାଇଁ ପଦକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ବୀମା କମ୍ପାନିଗୁଡ଼ିକ ଦ୍ବାରା ଗ୍ରହଣ କରାଯାଇଥିବା ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକଳାପ ଓ ଦୈନିକ ଭିତ୍ତିରେ ନାମ ପଞ୍ଜୀକରଣ ଅଗ୍ରଗତି ଓ ଦୈନିକ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, କୃଷି ବିଭାଗ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe