ସାର ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦେଶ

ଖରିଫ-୨୩ ପାଇଁ ପ୍ରସ୍ତୁତି: ୭୩ ହଜାର ମେଟ୍ରିକ୍‌ ଟନ୍‌ କମ ସାର ଯୋଗାଣ

kst-transportation.com

ଭୁବନେଶ୍ବର : ସାର ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ହୋଇଛି। ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ସାର ମହଜୁଦ, କଳାବଜାରୀ ରୋକିବାକୁ ବ୍ୟବସାୟୀଙ୍କୁ ସତର୍କ କରାଯାଇଛି। ଚଳିତ ଖରିଫରେ ସାର ସୁଷମ ବଣ୍ଟନ ପାଇଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈଠକରେ ସାର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଭାଗୀୟ ଯାଞ୍ଚକାରୀ ଦଳ ଗଠନ କରାଯାଇଛି।

ପ୍ରତି ବ୍ଲକ୍‌ରେ ଅଧିସୂଚିତ କ୍ଷେତ୍ରୀୟ ଅଧିକାରୀଙ୍କୁ ସାର ନିରୀକ୍ଷକ ଭାବେ ନିୟୋଜିତ କରାଯାଇଛି। ବିଭିନ୍ନ ପଏଣ୍ଟରୁ ନିର୍ଦ୍ଧାରିତ ଜିଲ୍ଲାମାନଙ୍କୁ ସାରର ବିତରଣ ଓ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି । ଚାଷୀମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ସାର ଉପଲବ୍ଧ କରାଇବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କୋଅପରେଟିଭ୍‌ ସଂସ୍ଥାର ଡିଲର ଏବଂ ଘରୋଇ ଡିଲରମାନଙ୍କୁ ସାର ଯୋଗାଇ ଦିଆଯାଇଛି। ସାର ସଂଗ୍ରହକାରୀ ସଂସ୍ଥା ମାର୍କଫେଡ୍‌ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ୟୁରିଆ ସାର ଯଥେଷ୍ଟ ପୂର୍ବରୁ ଡିଲରମାନଙ୍କୁ ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି। ଏଥିସହିତ ରାଜ୍ୟର ଆବଶ୍ୟକତା ଅନୁସାରେ ଡିଏପି ଓ ପଟାସ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା କୃଷି ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe