ମହାକୁମ୍ଭରୁ ଫେରିବା ରାସ୍ତାରେ କାର୍‌କୁ ପିଟିଲା ବସ୍‌, ବୀମା ଅଧିକାରୀଙ୍କ ମୃତ୍ୟୁ

Advertisment

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ରାଉରକେଲା କୋଏଲନଗରସ୍ଥ ଘରକୁ ଫେରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ବୀମା ଅଧିକାରୀଙ୍କ ଜୀବନ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପତ୍ନୀ...

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ରାଉରକେଲା କୋଏଲନଗରସ୍ଥ ଘରକୁ ଫେରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ବୀମା ଅଧିକାରୀଙ୍କ ଜୀବନ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପତ୍ନୀ...

fkhfkhfkfhk

ରାଉରକେଲା: ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ରାଉରକେଲା କୋଏଲନଗରସ୍ଥ ଘରକୁ ଫେରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ବୀମା ଅଧିକାରୀଙ୍କ ଜୀବନ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପତ୍ନୀ, ଦୁଇ ବର୍ଷର ଝିଅ, ଦୁଇ ମାଉସୀ ଓ ମଉସା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ସୋନଭଦ୍ର ଜିଲ୍ଲା ବିନ୍ଧଗଞ୍ଜ ଥାନା ଅନ୍ତର୍ଗତ ଦୁଦ୍ଧି ସାମୁଦାୟିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କୋଏଲନଗର ଏ-୧୩୬ର ବୀମା ଅଧିକାରୀ ରକ୍ତିମ ପୂଜାରୀ (୩୫)। ଗୁରୁତରମାନେ ହେଲେ ରକ୍ତିମଙ୍କ ପତ୍ନୀ ପ୍ରିୟଦର୍ଶନୀ ପାତ୍ର (୨୬), ଝିଅ ୟୁଂବଶୀ ପୂଜାରୀ (୨), ମା’ କବିତା ପଣ୍ଡା (୬୦), ମାଉସୀ ଅନିତା (୫୫), ବିନିତା (୫୨) ଓ ମଉସା ନରେନ୍ଦ୍ର ନାଥ (୫୫)। ଗତକାଲି ଅପରାହ୍‌ଣରେ ଉତ୍ତରପ୍ରଦେଶ ବିନ୍ଧମଗଞ୍ଜ ଅନ୍ତର୍ଗତ ରିୱା-ରା‌ଞ୍ଚି ଜାତୀୟ ରାଜପଥର ଫୁଲବର ଗାଁ ନିକଟରେ ରକ୍ତିମଙ୍କ କାର (ଓଡି ୧୪କେ-୬୧୮୫) ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତରମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ପଠାଇଥିଲା। ପୁଲିସ ମୃତ ରକ୍ତିମଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆସନ୍ତାକାଲି (ବୁଧବାର) ଶବ ରାଉରକେଲା ପହଞ୍ଚିବ ବୋଲି ଜଣାପଡିଛି। 

କୋଏଲନଗର ଏ-୧୩୬ରେ ରକ୍ତିମ ପୂଜାରୀ ଓ ତାଙ୍କ ପରିବାର ରହନ୍ତି। ରକ୍ତିମ ଉଦିତନଗର ଏଲ୍‌ଆଇସି କାର୍ଯ୍ୟାଳୟର ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୪ ଦିନ ତଳେ ରାଉରକେଲାରୁ ନିଜ ହ୍ୟୁଣ୍ଡାଇ ଆଇ-୧୦ କାର୍‌ରେ ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳା ଯାଇଥିଲେ। ରକ୍ତିମ ନିଜେ କାର୍‌ ଚଳାଉଥିଲେ। ଆଗ ସିଟ୍‌ରେ ବସିଥିଲେ ପତ୍ନୀ ପ୍ରିୟଦର୍ଶନୀ ଓ ଦୁଇ ବର୍ଷ ଝିଅ ୟୁବଂଶୀ। ପଛ ସିଟ୍‌ରେ ଦୁଇ ମା’, ଦୁଇ ମାଉସୀ ଓ ମଉସା ବସିଥିଲେ। ଗତକାଲି ସକାଳେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ହସଖୁସିରେ ରାଉରକେଲା ଅଭିମୁଖେ ବାହାରିଥିଲେ। ପ୍ରୟାଗରାଜରୁ ରିୱା-ରାଞ୍ଚି ଜାତୀୟ ରାଜପଥରେ ପ୍ରାୟ ୧୭୦ କି.ମି. ରାସ୍ତା ଅତିକ୍ରମ କରିବା ପରେ ଫୁଲବର ଗାଁ ନିକଟରେ ଯାତ୍ରୀବାହୀ ବସ୍‌ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ କାର୍‌ଟି ସମ୍ପୂର୍ଣ୍ଣ ଚୂର୍‌ମାର୍‌ ହୋଇଯାଇଥିଲା। କାର୍‌ ଚଳାଉଥିବା ରକ୍ତିମ ପୂଜାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅନ୍ୟ ୬ ଜଣଙ୍କୁ କାର୍‌ ଭିତରୁ ଉଦ୍ଧାର କରି ସ୍ଥାନୀୟ ଲୋକ ଡାକ୍ତରଖାନାକୁ ପଠାଇଥିଲେ। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe