ସମନ୍ୱିତ କୃଷି, ମହିଳା ସଶକ୍ତୀକରଣ କୃଷକଙ୍କ ଆୟ ଦ୍ୱିଗୁଣିତ କରିବ: କୃଷି ମନ୍ତ୍ରୀ

Advertisment
ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ବର: ସମନ୍ୱିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତୀକରଣ କୃଷି ଉତ୍ପାଦନ ବୃଦ୍ଧି ସହ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବ ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସମନ୍ୱିତ କୃଷି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇଦେବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ବିଭାଗୀୟ ଯୋଜନାଗୁଡ଼ିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚିପାରିବ, ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ଉଦ୍ୟାନକୃଷି କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ସହ କୃଷି ଉତ୍ପାଦନ ସଂଗଠନଗୁଡ଼ିକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।

ସମୀକ୍ଷା ବୈଠକରେ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା କହିଲେ ଯେ ଓଡ଼ିଶା ସରକାରଙ୍କ ‘କୃଷକ ଓଡ଼ିଶା ଡାଟାବେସ୍‌, ଓଡ଼ିଶା ମିଲେଟ୍‌ ମିସନ ଏବଂ ଏଗ୍ରିକଲଚର ପ୍ରଡକ୍ସନ୍‌ କ୍ଲଷ୍ଟର’ ସାରା ଦେଶରେ ନିଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ସେହିପରି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରି ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କହିଥିଲେ ଯେ ଗତ କିଛି ବର୍ଷର କଠିନ ପରିଶ୍ରମ ଫଳରେ ଫଳ ଓ ପନିପରିବା ଚାଷରେ ରାଜ୍ୟ ଅନେକ ମାତ୍ରାରେ ସ୍ୱାବଲମ୍ବୀ ହୋଇପାରିଛି। ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe