୩ ଡିଗ୍ରିରେ ଥରୁଛି କନ୍ଧମାଳ

Advertisment

କାଞ୍ଜିପାଣି ଘାଟିରେ ବି ତୁଷାରପାତ

କାଞ୍ଜିପାଣି ଘାଟିରେ ବି ତୁଷାରପାତ

୩ ଡିଗ୍ରିରେ ଥରୁଛି କନ୍ଧମାଳ

photo by : English News

ଭୁବନେଶ୍ୱର : ଜାଡ଼ରେ ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା। ଲଗାତାର ତୃତୀୟ ଦିନ ପାଇଁ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରେକର୍ଡ ହୋଇଛି। ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଦୁଇରୁ ତିନୋଟି ସ୍ଥାନରେ ହାଲକା ତୁଷାରପାତ ବି ହୋଇଥିବା ଜଣାପଡ଼ିଛି। ସେହିପରି କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବା ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ଥଣ୍ଡା ଲାଗିରହିବ। ଧୀରେ ଧୀରେ କେତେକ ସହରର ତାପମାତ୍ରା ବଢ଼ିବ। ପ୍ରଥମେ ଦକ୍ଷିଣ ଓ ଉପକୂୂଳ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇବ। କିନ୍ତୁ ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ଗାଡ଼ି ଚାଳକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ୬.୫ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୯.୨, ସୁନ୍ଦରଗଡ଼ରେ ୭, କେନ୍ଦୁଝରଗଡ଼ରେ ୭.୬, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୯, ହୀରାକୁଦରେ ୮.୬, କୋରାପୁଟରେ ୯.୮ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ହ୍ରାସ ପାଇ ୧୧.୫ରେ ପହଞ୍ଚିଛି। କଟକରେ ତାପମାତ୍ରା ୧୦.୬ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe