ପ୍ରଚଣ୍ଡ ତାତି ମାଡ଼ି ଆସୁଛି: ୧୩ରେ ୪୨ ଡିଗ୍ରି ଛୁଇଁପାରେ

Advertisment

ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ।

ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ।

temp

ଭୁବନେଶ୍ବର: ସାରା ରାଜ୍ୟକୁ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ପଶ୍ଚିମଠାରୁ ଉପକୂଳ ହେଉ ଅବା ଉତ୍ତରରୁ କେନ୍ଦ୍ରୀୟ ଓଡ଼ିଶା, ଆଜିଠାରୁ ସବୁଠି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଯାଉଛି। ସୋମବାର ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ଓ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରି ଛୁଇଁପାରେ। ୧୧ ତାରିଖରେ ଏହି ସହରଗୁଡ଼ିକର ତାପମାତ୍ରା ଆଉ ଟିକିଏ ବୃଦ୍ଧି ପାଇ ୪୧ ଡିଗ୍ରିରେ ପହଞ୍ଚିବ। ଏଥିସହ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ହେବାକୁ ଥିବା ବେଳେ ଅନୁଗୁଳ ଢେଙ୍କାନାଳ, ରାଉରକେଲା, ପାରଳାଖେମୁଣ୍ଡିରେ ୩୯ ଡିଗ୍ରି ହେବ। ୧୨ ତାରିଖ ବେଳକୁ ଅଧା ଓଡ଼ିଶା ୪୦ ଡିଗ୍ରି ଉପରକୁ ଡେଇଁଯିବ। ଅର୍ଥାତ୍‌ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ସମେତ ଭୁବନେଶ୍ବର, ଖୋର୍ଦ୍ଧା, ବାରିପଦା, କଟକ, ମାଲକାନଗିରି ତାପମାତ୍ରା ୪୦ ଡିଗ୍ରି ନିକଟରେ ପହଞ୍ଚିବ। ୧୩ ତାରିଖ ବେଳରେ ସମ୍ପୂର୍ଣ୍ଣ ଓଡ଼ିଶା ତତଲା ତାଉଆରେ ଭାଜି ହେବ। ଅର୍ଥାତ୍‌ ବରଗଡ଼, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ନୂଆପଡ଼ାଠାରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି।

ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ରୁ ୭ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାକୁ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ‌‌ଯେତିକି ତାପମାତ୍ରା ରହିବ ତାହା ସାଧାରଣ ଲୋକଙ୍କ ପାଇଁ ସହନଶୀଳ। ମାତ୍ର ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ଏହି ଗ୍ରୀଷ୍ମ ପ୍ରବାହ କ୍ଷତିକାରକ ହୋଇପାରେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଯେତେଦୂର ସମ୍ଭବ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବୌଦ୍ଧରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ାରେ ୩୭.୪, ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୭.୨ ଓ ଭବାନୀପାଟଣାରେ ୩୭ ଡିଗ୍ରି ଥିଲା। ରାଜ୍ୟର ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe