କଟକ: ଫାଓ ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଅନ୍ତଃଜିଲ୍ଲା କ୍ଲବ୍ ଫୁଟ୍ବଲ ପ୍ରତିଯୋଗିତାର ସେମିଫାଇନାଲ୍ରେ ବରଗଡ଼ର ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ୍, ଓଡ଼ିଶା ପୁଲିସ୍, ଭୁବନେଶ୍ବରର ୟୁନିଟ୍ ୬ କ୍ଲବ୍, କଟକ କ୍ରୀଡ଼ା ଛାତ୍ରାବାସ ପ୍ରବେଶ କରିଛନ୍ତି। କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ୟୁନାଇଟେଡ୍ ସ୍ପୋର୍ଟ୍ସ କ୍ଲବ୍ ୩-୦ ଗୋଲ୍ରେ ଭୁବନେଶ୍ବରର କିଶୋର କ୍ଲବ୍କୁ ହରାଇଥିଲା। ଏହି ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ୨-୦ ଗୋଲ୍ରେ ପୁରୀର ଶ୍ରୀନୀଳଚକ୍ର କ୍ଲବ୍କୁ ହରାଇଛି। ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ତୃତୀୟ କ୍ବାର୍ଟର ଫାଇନାଲ୍ରେ ୟୁନିଟ୍ ୬ କ୍ଲବ୍ ୮-୦ ଗୋଲ୍ରେ ବଲାଙ୍ଗୀରର ଏପିଜେ ଅବଦୁଲ କଲାମ କ୍ଲବ୍କୁ ପରାସ୍ତ କରିଛି। ଏନ୍ଆର୍ଆର୍ଆଇ ପଡ଼ିଆରେ ଅନୁଷ୍ଠିତ ଶେଷ କ୍ବାର୍ଟରରେ କଟକ କ୍ରୀଡ଼ା ଛାତ୍ରାବାସ ୪-୨ ପେନାଲ୍ଟି ସୁଟଆଉଟରେ କଟକର ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍କୁ ମାତ୍ ଦେଇଛି। ନିର୍ଧାରିତ ସମୟ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିବାରୁ ପେନାଲ୍ଟି ସୁଟଆଉଟ ମାଧ୍ୟମରେ ବିଜେତା ନିର୍ଣ୍ଣୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/05/football-2.jpg)