ଅନ୍ତଜିଲ୍ଲା ଡକାୟତ-ଛିନ୍‌ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ

୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....

Inter-district dacoit-robbery ganger Police chased and arrested 4 notorious dacoits at night.

Inter-district dacoit-robbery ganger Police chased and arrested 4 notorious dacoits at night. Photograph: (sambad.in)

ବୈଶିଙ୍ଗା: ୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି  ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧୀନ ଗୋବିନ୍ଦା ଗ୍ରାମର ବିଜୁ ଓରଫ ବିଜୟ ସେନାପତି(୨୧),ପବନା ଓରଫ ବାପୁନ ଜେନା(୨୭),ବାଙ୍ଗୁରୁ ଓରଫ ରଞ୍ଜନ ପରିଡ଼ା (୨୯) ଏବଂ ଦୁବାଇ ଓରଫ ରବିନ୍ଦ୍ର ନାୟକ (୩୭) । ‌

ସେମାନଙ୍କ ନିକଟରୁ ଦୁଇଟି ବାଇକ ସମେତ ପାଞ୍ଚଟି ମୋବାଇଲ ଫୋନ , ନଗଦ ୫ ହଜାର ଟଙ୍କା ଏବଂ ଗୋଟିଏ ଭୁଜାଲି ଜବତ କରାଯାଇଥିଲା ।

ଘଟଣାରୁ ପ୍ରକାଶ ଅଗଷ୍ଟ ମାସ ୮ ତାରିଖ ଗୁରୁବାର ରାତି ୧୦ଟା ୩୦ରେ ବାଛୁରୀପଡା ଗ୍ରାମର ପ୍ରଦୀପ ସାହୁ ଓ ତାଙ୍କ ଭାଇ ଦିଲ୍ଲୀପ ସାହୁ ରୁପ୍ସାରେ ଥିବା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ରାତି ପ୍ରାୟ ୧୦. ୩୦ରେ ବଙ୍ଗାଳଡାହି ଛକ ନିକଟରେ ତାଙ୍କୁ ପିଛା କରୁଥିବା ୩ଟି ବାଇକରେ କିଛି ୬ଜଣ ଦୁର୍ବୃତ୍ତ ହଠାତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ପରେ ଦୁଇ ଭାଇଙ୍କୁ ଭୟଭୀତ କରାଇ ତାଙ୍କ ନିକଟରେ ଥିବା ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସମେତ ମୋବାଇଲ, ଦୋକାନ ଚାବି, ବାଇକ ଚାବି ଓ ଜରୁରୀ କାଗଜ ପତ୍ର ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଦୁଇ ଭାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମଧ୍ୟ ରାତ୍ରିରେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

ବୈଶିଙ୍ଗା ପୁଲିସ ଏନେଇ ୩୯୮/୨୫ନଂ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବୈଶିଙ୍ଗା ପୁଲିସ। ତେବେ ଏହି ଅଞ୍ଚଳରେ ଏହିଭଳି ପ୍ରାୟ ୧୦ରୁ ଉର୍ଦ୍ଧ୍ବ ମାମଲା ହୋଇଯାଇଥିବା ବେଳେ ପୁଲିସର ମୁଣ୍ଡ ବ୍ୟଥା ବଢିଥିଲା। ତେବେ ଏସପିଙ୍କ ନିର୍ଦେଶରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ଓ ଥାନା ଅଧିକାରୀ ବାରିଣୀ ଦାସ ଏକ ଟିମ ଗଠନ କରି ଥିଲେ। ଯୋଉ ଟିମର ମୁଖ୍ୟ ଥିଲେ ବୈଶିଙ୍ଗା ଥାନା ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ। ପରେ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ଭଦ୍ରକ ଅଞ୍ଚଳରୁ ଦୁଇ ଜଣ , ବସ୍ତା ଅଞ୍ଚଳରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଏହି ୪ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ଥାନାଧିକାରୀ ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି । ଏହି ସମସ୍ତ ଅଭିଯୁକ୍ତ ଭଦ୍ରକ ଅଞ୍ଚଳରେ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ଯୋଗୁଁ ଭଦ୍ରକ ଟାଉନ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ବୈଶିଙ୍ଗା ଥାନାରେ ପହଞ୍ଚି ତଦନ୍ତ କରିଥିବାର ଜଣାଯାଇଛି ।

 Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe