ଅନ୍ତଃଜିଲ୍ଲା ଗ୍ୟାସ୍‌ ଟାଙ୍କି ଚୋର ଦଳର ୯ ଗିରଫ

ଅନ୍ତଃଜିଲ୍ଲା ଗ୍ୟାସ୍‌ ଟାଙ୍କି ଚୋର ଦଳର ୯ ଗିରଫ

କୁଚିଣ୍ଡା/ ବାମରା : ମହୁଲପାଲି ଓ ଜମନକିରା ପୁଲିସ ମିଳିତ ଚଢ଼ାଉ ଅନ୍ତଃଜିଲ୍ଲା ଗ୍ୟାସଟାଙ୍କି ଚୋର ଦଳର ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ଝାରସୁଗୁଡ଼ା ବିଟିଏମ୍‌ର ସୁଜିତ ଦାସ (୩୫), ମହମ୍ମଦ ସାକାର (୩୪), ଉଦୟ ସାହୁ (୨୭), ତେଜରାଜ ବେସନ(୨୯), ଝାରସୁଗୁଡ଼ା କଟାପାଲିର ଅଜିତ କୁମାର ରାୟ (୩୯), ରବି ସା( ୩୦),ସୁରଜ ସାହୁ (୩୪), ଝାରସୁଗୁଡ଼ା ସରବାହାଲର ପିଙ୍କୁ ପଟେଲ(୪୦), ଝାରସୁଗୁଡ଼ା ବେହେରାମାଲର ମାନସ ପାତ୍ର (୩୨)।

ପୁଲିସ ତଦନ୍ତ କରି ଝାରସୁଗୁଡ଼ା ଅଞ୍ଚଳ ରୁ ୫୫ ଗୋଟି ଗ୍ୟାସ ସିଲିଣ୍ଡର ଟାଙ୍କି, ଗୋଟିଏ ମହେନ୍ଦ୍ର ପିକ୍‌ଅପ୍‌ (ଓଆର ୨୩-୦୪୫୦), ଗୋଟିଏ ଅଟୋରିକ୍ସା (ଓଡି ୨୩ କେ ୨୦୮୯), ଗୋଟିଏ ମାରୁତି ଇକୋ ଭ୍ୟାନ (ଓଡି ୨୩ଏମ ୯୯୪୪), ୫ଟି ମୋବାଇଲ ଜବତ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଗ୍ୟାସ ଡିଲର,ଦୁଇଜଣ ଗ୍ୟାସ ମରାମତି ଦୋକାନୀ ଅଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ସୁଜିତ ଦାସ ଓ ସୁରଜ ସାହୁ ନାମରେ ଝାରସୁଗୁଡ଼ା ଥାନା ଏକାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe