ଅନ୍ତଃରାଜ୍ୟ ବସ୍‌ ସେବା ବାତିଲ୍‌ ପାଇଁ ପରାମର୍ଶ

୫ ପୌରସଂସ୍ଥାରେ ୨୦ ଓଏସ୍‌ଡି ନିଯୁକ୍ତ, ଧାର୍ମିକ ଅନୁଷ୍ଠାନ ନିୟମ ପାଳିବାକୁ ପରାମର୍ଶ

‘ମୋ ବସ୍‌’ କର୍ତ୍ତୃପକ୍ଷ-ଘରୋଇ ବସ୍‌ ମାଲିକ ସଂଘ ମୁହାଁମୁହିଁ

Bhubaneswar Buzz

ଭୁବନେଶ୍ବର : କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କୁ ବୈଷୟିକ ପରାମର୍ଶ ଦେବା ନିମନ୍ତେ ଏକ କମିଟି ଗଠନ କରାଯାଇଛି। ଏମ୍‌ସ୍‌ର ପୂର୍ବତନ ପ୍ରଫେସର ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଆଜି ସରକାରଙ୍କୁ ବିଭିନ୍ନ ପରାମର୍ଶ ‌େଦଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଯାହା ପଦକ୍ଷେପ ନେଇଛି, ତାହା ସନ୍ତୋଷଜନକ ବୋଲି କମିଟି କହିଛି। ଅନ୍ତଃରାଜ୍ୟ ବସ୍‌ ସେବା ଦ୍ବାରା ଭାଇରସ୍‌ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ସାମୟିକ ଭାବେ ଏହି ସେବା ସ୍ଥଗିତ ରଖିବାକୁ କମିଟି ପରାମର୍ଶ ‌େଦଇଛି। ବୈଷୟକ କମିଟିରେ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି, ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା, ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ ଓ ପ୍ରଫେସର ନିରୁପମା ଚଇନି ସଦସ୍ୟ ଅଛନ୍ତି।

୫ ପୌରସଂସ୍ଥାରେ ୨୦ ଓଏସ୍‌ଡି ନିଯୁକ୍ତ
ଭୁବନେଶ୍ବର : ଓଡ଼ିଶା ପୌର ପ୍ରଶାସନ ସେବା କ୍ୟାଡର୍‌ର ୧୦ ଅଧିକାରୀ ଓ ଓଡ଼ିଶା ପୌର ଯୋଜନା ସେବା କ୍ୟାଡର୍‌ର ୧୦ ଅଧିକାରୀଙ୍କୁ ୪ ମହାନଗର ନିଗମ ଓ ଗୋଟିଏ ପୌରପାଳିକାରେ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ‌େସମାନେ କରୋନା ମୁକାବିଲା ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପରେ ପୌରସଂସ୍ଥାକୁ ସହଯୋଗ କରିବେ।

ଓଡ଼ିଶା ପୌର ପ୍ରଶାସନ ସେବା କ୍ୟାଡର୍‌ର ନିଯୁକ୍ତି ପାଇଥିବା ଅଧିକାରୀମାନେ ହେଲେ ରାଉରକେଲାରେ ଚିନ୍ମୟ ଆଚାର୍ଯ୍ୟ ଓ ଲକ୍ଷ୍ମଣ କୁମାର ମୁର୍ମୁ, ସମ୍ବଲପୁରରେ ସୌମ୍ୟ ରଞ୍ଜନ ମିଶ୍ର, ମନୋଜ କୁମାର ତାଣ୍ଡି ଓ ବଳୟ ଦେହୁରୀ, କଟକରେ ଆକୃତି ଗୋଏଙ୍କା ଓ ତ୍ରିଶୁଳ ମାର୍ଡି, ବ୍ରହ୍ମପୁରରେ ଏନ୍ ଗଣେଶ ବାବୁ ଓ ଆ‌ଶାଲତା ରଚମାଳା ଏବଂ ପୁରୀରେ ଅବିନାଶ ମହାନ୍ତି। ଓଡ଼ିଶା ପୌର ଯୋଜନା ସେବା କ୍ୟାଡର୍‌ର ନିଯୁକ୍ତି ପାଇଥିବା ଅଧିକାରୀମାନେ ହେଲେ ସମ୍ବଲପୁରରେ ସ୍ଥିତି ଦାଶ, ସୌରଭ ମହାପାତ୍ର ଓ ଶୁଭଲକ୍ଷ୍ମୀ ଖମାରି, କଟକରେ ସିଦ୍ଦିକ୍ ଖାନ୍ ଓ ରଶ୍ମିତା ପ୍ରିୟଦର୍ଶିନୀ, ରାଉରକେଲାରେ ସାରଙ୍ଗ ଶୋଭନ ପଟେଲ ଓ ଯୋଗେଶ ଛତ୍ରିଆ, ବ୍ରହ୍ମପୁରରେ ଦୀପକ କୁମାର ହାଁସଦା ଓ ମାଧୁରୀ କଲାହ ଏବଂ ପୁରୀରେ ସସ୍ମିତା ଗୁରୁ।

ଧାର୍ମିକ ଅନୁଷ୍ଠାନ ନିୟମ ପାଳିବାକୁ ପରାମର୍ଶ
ଭୁବନେଶ୍ବର : କରୋନା ଭାଇରସ୍‌ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ସରକାର ଜାରି କରିଥିବା ପ୍ରତିକାରମୂଳକ ନିୟମାବଳୀକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଧାର୍ମିକ ଅନୁଷ୍ଠାନ ଏହି ସତର୍କତାମୂଳକ ପଦକ୍ଷେପ ନେବାରେ ଅସମର୍ଥ ହୁଅନ୍ତି, ତେବେ ସେମାନେ ତୁରନ୍ତ ସେହି ଅନୁଷ୍ଠାନରେ ଯାତ୍ରୀଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ସେଠାକାର ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଜାରି ରହିବ। ଧାର୍ମିକ ଅନୁଷ୍ଠାନଗୁଡ଼ିକ ପରିଚାଳନା କରୁଥିବା ସଂସ୍ଥା/ବୋର୍ଡ/ଟ୍ରଷ୍ଟ/ଗଭର୍ଣ୍ଣିଂ ସଂସ୍ଥା ଆଦି ଯାତ୍ରୀ, ପୂଜାରୀ ଓ ସେବାୟତଙ୍କ ସମେତ ଅନ୍ୟାନ୍ୟ ସୁରକ୍ଷା କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe