‘ଅନୁବାଦ ସାହିତ୍ୟ ମାଧ୍ୟମରେ ଅନ୍ତଃରାଜ୍ୟ ସଂହତି ପ୍ରତିଷ୍ଠା ହୋଇପାରିବ’

ଅନୁବାଦ ସାହିତ୍ୟ ମାଧ୍ୟମରେ ଅନ୍ତଃରାଜ୍ୟ ସଂହତି ପ୍ରତିଷ୍ଠା ହୋଇପାରିବ। ରୋଟାରି ଭବନରେ ଆୟୋଜିତ ଝୁମୁକାର ୩୮ତମ ସାରସ୍ୱତ ସମାରୋହ ୨୦୨୪ରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏହା କହିଛନ୍ତି ଅସମୀୟା ଲେଖକ ଜୟନ୍ତ ମାଧବ ବରା।

fshfffhsfhs

ଭୁବନେଶ୍ୱର: ଅନୁବାଦ ସାହିତ୍ୟ ମାଧ୍ୟମରେ ଅନ୍ତଃରାଜ୍ୟ ସଂହତି ପ୍ରତିଷ୍ଠା ହୋଇପାରିବ। ରୋଟାରି ଭବନରେ ଆୟୋଜିତ ଝୁମୁକାର ୩୮ତମ ସାରସ୍ୱତ ସମାରୋହ ୨୦୨୪ରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏହା କହିଛନ୍ତି ଅସମୀୟା ଲେଖକ ଜୟନ୍ତ ମାଧବ ବରା। ସମାରୋହକୁ ଉଦ୍‌ଘାଟନ କରି ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ଯେ ଶିଶୁ ସାହିତ୍ୟର ମୂଳ ଲକ୍ଷ୍ୟ ହେଉଛି ନିଜକୁ ଆବିଷ୍କାର କରିବା। କଳ୍ପନାପ୍ରିୟ ଶିଶୁର ଆବଶ୍ୟକତାକୁ ନେଇ ବୋଧଗମ୍ୟ ଭାଷା ଓ ଭାବକୁ ପୁଞ୍ଜି କରି ଶିଶୁ ସାହିତ୍ୟ ସୃଷ୍ଟି କରାଯିବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ କାଦମ୍ବିନୀ ତଥା କୁନିକଥାର ସମ୍ପାଦିକା ଇତି ସାମନ୍ତ କହିଲେ, ବୟସ୍କ ପ୍ରବୀଣ ସାହିତ୍ୟିକ ଓ ଅଭିଭାବକମାନେ ଶିଶୁ ସାହିତ୍ୟର ପୃଷ୍ଠପୋଷକତା କରନ୍ତୁ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ଶିଶୁ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉ ବୋଲି କହିଥିଲେ। ଝୁମୁକାର ସମ୍ପାଦକ ମାନସ ରଞ୍ଜନ ସାମଲ ପ୍ରାରମ୍ଭିକ ଅଭିଭାଷଣରେ କହିଲେ, କବି, ଲେଖକ, ସମ୍ପାଦକ, ପ୍ରକାଶକଙ୍କ ଏକମାତ୍ର ସାହା ଭରସା ହେଉଛନ୍ତି ବୃହତ୍ତର ପାଠକଗୋଷ୍ଠୀ।

ଜୀବନବ୍ୟାପୀ ସାଧନା ପାଇଁ ସାହିତ୍ୟିକା ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ଝୁମୁକା ପୁରସ୍କାର’, ଲେଖକ ଜୟନ୍ତ ଓଝା, ଦୀପ୍ତିମୟୀ ସାହୁଙ୍କୁ ‘ଝୁମୁକା ସାରସ୍ୱତ ସମ୍ମାନ’, ଅନୁଜ କୁମାର ପାଣିଙ୍କୁ ‘ମାନବ ସମ୍ବଳ ପରିଚାଳନା ସମ୍ମାନ’ ଓ ରୁଚିକା ବିଶ୍ୱାଳଙ୍କୁ ‘ଝୁମୁକା ନବପ୍ରତିଭା ସମ୍ମାନ ୨୦୨୪’ ପ୍ରଦାନ କରାଯାଇଥିଲା। ସମାରୋହରେ ‘ଝୁମୁକାର ନୂତନ ସଂଖ୍ୟା’, ନଗେନ୍ଦ୍ର ନାଥ ପଟ୍ଟନାୟକଙ୍କ ‘ଚି଼ଙ୍କୁ ମିଙ୍କୁ ଓ ଦି ଗଧ ସାଙ୍ଗ’ ଓ ତ୍ରିଲୋଚନ ବେଉରିଆଙ୍କ ‘ରୁଦ୍ରକାନ୍ନାଙ୍କ ଗପପେଡ଼ି’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରି ପୁରସ୍କୃତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ‘ପିଲାଙ୍କ ପାଇଁ ସାହିତ୍ୟ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବିଜୟା ମିଶ୍ର, ପ୍ରଫେସର ସଂଗୀତା ରଥ, ନରେନ୍ଦ୍ର ପ୍ରସାଦ ଦାସ, ପ୍ରଫେସର ନିତ୍ୟାନନ୍ଦ ସାହୁ, ବରିଷ୍ଠ ପ୍ରଶାସକ ମହେନ୍ଦ୍ର କୁମାର ମଲ୍ଲିକ, ଅସମୀୟା ଲେଖିକା ଓ ଅନୁବାଦିକା ନିର୍ମାଲୀ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe