ଆଜି ବଲାଙ୍ଗୀର ଯିବନି ଇଣ୍ଟର୍‌ସିଟି ଓ ରଂଗବତୀ

Advertisment
ନାରାୟଣଗଡ଼-ଭଦ୍ରକ ତୃତୀୟ ରେଳ ଲାଇନ କାର୍ଯ୍ୟ: ୫୫ ଟ୍ରେନ୍‌ ବାତିଲ୍‌, ୪ଟିର ଗତିପଥ ପରିବର୍ତ୍ତନ

Image Source: Telengana Today

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ଅନ୍ତର୍ଗତ ଡୁଙ୍ଗୁରିପାଲି ଓ ଖଲିଆପାଲି ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ (ଅଣ୍ଡର୍‌ପାସ୍) ନିର୍ମାଣ ନିମନ୍ତେ ଶୁକ୍ରବାର ଏହି ମାର୍ଗରେ ୨ ଯୋଡ଼ା ଟ୍ରେନ୍‌ର ସେବା ପ୍ରଭାବିତ ହେବ। ୧୨୮୯୩/୧୨୮୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍‌ସିଟି ଏକ୍ସପ୍ରେସ୍ ୧୭ ତାରିଖ ଦିନ ଭୁବନେଶ୍ବରରୁ ସମ୍ବଲପୁର ମଧ୍ୟରେ ଚାଲିବ। ଏହା ସମ୍ବଲପୁରରୁ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ସେହିପରି ୦୨୮୬୩/୦୨୮୬୪ ଟିଟିଲାଗଡ଼-ବିଲାସପୁର-ଟିଟିଲାଗଡ଼ ପାସେଞ୍ଜର (ରଂଗବତୀ) ୧୭ ତାରିଖ ଶୁକ୍ରବାର ଦିନ ବିଳାସପୁରରୁ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ଏହା ସମ୍ବଲପୁରରୁ ଟିଟିଲାଗଡ଼ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe