ସମ୍ବଲପୁର ମଣ୍ଡଳରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୦ ଓ ୧୧ ତାରିଖରେ ବଲାଙ୍ଗୀର ଯିବନି ଇଣ୍ଟର୍‌ସିଟି

Advertisment

ହାୱଡ଼ାରୁ ବିଳମ୍ବରେ ଫେରିବ ସମଲେଶ୍ବରୀ, ରଂଗବତୀ ବାତିଲ

ହାୱଡ଼ାରୁ ବିଳମ୍ବରେ ଫେରିବ ସମଲେଶ୍ବରୀ, ରଂଗବତୀ ବାତିଲ

ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନ ରେଳ ସେବା ପ୍ରଭାବିତ ହେବ। ୦୨୮୬୩/୦୨୮୬୪ ଟିଟିଲାଗଡ଼-ବିଲାସପୁର-ଟିଟିଲାଗଡ଼ ପାସେଞ୍ଜର (ରଂଗବତୀ) ୧୦ ଓ ୧୧ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।

୧୨୮୯୩//୧୨୮୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍‌ସିଟି ଏକ୍ସପ୍ରେସ୍ ଉଭୟ ୧୦ ଓ ୧୧ ତାରିଖରେ ଭୁବନେଶ୍ବରରୁ ସମ୍ବଲପୁର ମଧ୍ୟରେ ଚାଲିବ। ଉଭୟ ଦିନ ଏହା ସମ୍ବଲପୁରରୁ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ। ସେହିପରି ୧୮୦୦୫/୧୮୦୦୬ ହାୱଡ଼ା-ଜଗଦଲପୁର-ହାୱଡ଼ା ସମଲେଶ୍ବରୀ ଏକ୍ସପ୍ରେସ୍‌ ହାୱଡ଼ାରୁ ୧୦ ତାରିଖ ରାତି ୮ଟା ୨୦ ବଦଳରେ ରାତି ୨ଟାରେ ଛାଡ଼ିବ। ସେହିପରି ୧୧ ତାରିଖ ରାତି ୮ଟା ୨୦ ବଦଳରେ ମଧ୍ୟରାତ୍ରି ୧୨ଟା ୨୦ରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe