ଶରୀରଦାନ ପାଇଁ ବଢ଼ୁଛି ଆଗ୍ରହ

Advertisment

୮୫ ଜଣ ଦେଇଛନ୍ତି ଲିଖିତନାମା, ଏମ୍‌କେସିଜିରେ ଏମ୍‌ବାମିଙ୍ଗ୍‌ ସେଣ୍ଟର୍‌ କେବେ?

୮୫ ଜଣ ଦେଇଛନ୍ତି ଲିଖିତନାମା, ଏମ୍‌କେସିଜିରେ ଏମ୍‌ବାମିଙ୍ଗ୍‌ ସେଣ୍ଟର୍‌ କେବେ?

ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

Odisha Bytes

ବ୍ରହ୍ମପୁର : ଶରୀର ଦାନକୁ ଆଇନଗତ ସ୍ବୀକୃତି ମିଳିବା ପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କ‌ଲେଜ ଓ ହସ୍ପିଟାଲର ଆନାଟୋମି ବିଭାଗରେ ଏମ୍‌ବାମିଙ୍ଗ୍‌ ସେଣ୍ଟର‌୍‌ର ଆବଶ୍ୟକତା ବଢ଼ିଯାଇଛି। ୨୦୧୦ରେ ଏଥି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟ ପଟେ କଲେଜକୁ ମୃତ୍ୟୁପରେ ଶରୀର ଦାନ ପାଇଁ ୮୫ ଜଣ ଲିଖିତନାମା (ଅଣ୍ଡର୍‌ଟେକିଂ) ଦାଖଲ କରିଥିବା ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଡା. ସଦାନନ୍ଦ ରଥ ସୂଚନା ଦେଇଛନ୍ତି। ମୃତଦେହ ସ˚ଗ୍ରହ କରି ସ˚ରକ୍ଷିତ ରଖିବା ପାଇଁ ଯେତିକି ଭିତ୍ତିଭୂମି ଦରକାର ତାହା ଅଦ୍ୟାବଧି ସରକାର କଲେଜରେ ଉପଲବ୍ଧ କରିନାହାନ୍ତି। ଏଣୁ ଏମ୍‌ବାମିଙ୍ଗ୍‌ ସେଣ୍ଟର୍‌ ପ୍ରତିଷ୍ଠା କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି।

ଶବ ସ˚ରକ୍ଷଣ ରଖିବା ହେଉଛି ଏହି ସେଣ୍ଟର‌୍‌ର ଗୁରୁତ୍ବପୂର୍ଣ୍ଣ କାମ। କେବଳ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଦାନ ସୂତ୍ରରେ ମିଳୁଥିବା ଶବ ସ˚ରକ୍ଷିତ ରଖିବା ନିମନ୍ତେ ଆନାଟୋମି ବିଭାଗରେ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର କେବଳ କଟକ ଏସ୍‌ସିବି ମେଡିକାଲ କଲେଜରେ ଏମ୍‌ବାମିଙ୍ଗ୍‌ ସେଣ୍ଟର‌୍‌ ପ୍ରତିଷ୍ଠା ନେଇ ଘୋଷଣା କରିଥିବା ବେଳେ ସେଠାରେ ମଧୢ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଏମ୍‌ବାମିଙ୍ଗ୍‌ ସେଣ୍ଟର୍‌ରେ ଶବ ସ˚ରକ୍ଷଣ ପାଇଁ ସ୍ବତନ୍ତ୍ର ଫ୍ରିଜର‌୍‌, ୨୪ ଘଣ୍ଟା ଶବ ସ˚ଗ୍ରହ ପାଇଁ କର୍ମଚାରୀ, ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ଓ ଅଫିସ୍‌ କାମ ପାଇଁ କିରାଣି, ଡାଟା ଏଣ୍ଟ୍ରି ଅପରେଟର୍‌ ନିହାତି ଆବଶ୍ୟକ। ଏମ୍‌କେସିଜି ମେଡିକାଲକୁ ଆଜି ସୁଦ୍ଧା ଶରୀରଦାନ ପାଇଁ ଅଣ୍ଡର୍‌ଟେକିଂ ଦେଇଥିବା ବ୍ୟକ୍ତିଙ୍କ ମଧୢରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ମୃତଦେହ ସ˚ଗ୍ରହ କରିବା ହେଉଛି ଏହି ୟୁନିଟ୍‌ର କାମ। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ବିଭାଗୀୟ ଅଧିକାରୀଙ୍କ ପକ୍ଷେ ବର୍ତ୍ତମାନ ଶବ ସଂରକ୍ଷିତ ରଖିବା କାଠିକର ପାଠ ହୋଇଛି। ୨୦୧୫ରେ ସର୍ବାଧିକ ୩୩ଜଣ ଶରୀରଦାନ କରିବା ପାଇଁ ଲିଖିତ ଭାବେ ଜଣାଇଥିବା ବେଳେ ଚଳିତ ବର୍ଷ ୭ ଜଣ ଲିଖିତନାମା ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe