ରୋଚକ ହେବ ଭୋଟ୍‌ ଫଳାଫଳ: ମୟୂରଭଞ୍ଜର ଅଧିକାଂଶ ଆସନରେ କଡ଼ା ମୁକାବିଲା

Advertisment

କମ ରହିବ ବିଜୟ ବ୍ୟବଧାନ, ଚାଲିଛି ହାରଜିତ୍‌ ଆକଳନ

କମ ରହିବ ବିଜୟ ବ୍ୟବଧାନ, ଚାଲିଛି ହାରଜିତ୍‌ ଆକଳନ

ରୋଚକ ହେବ ଭୋଟ୍‌ ଫଳାଫଳ: ମୟୂରଭଞ୍ଜର ଅଧିକାଂଶ ଆସନରେ କଡ଼ା ମୁକାବିଲା

oneindia

ବାରିପଦା: ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ମୟୂରଭଞ୍ଜ ଲୋକସଭା ଆସନରେ ୧୩ ଓ ବିଧାନସଭାର ୮ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ୯୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି। ଦିନକ ପରେ ଭୋଟ୍‌ ଗଣତି ହେବାକୁ ଥିବା ବେଳେ ଗତକାଲି ରାତିରୁ ବିଭିନ୍ନ ଦଳ ପକ୍ଷରୁ ହାରଜିତ୍‌ର ଆକଳନ ଚାଲିଛି। କେଉଁ ବୁଥ୍‌ ଓ ଜୋନ୍‌ରୁ କେତେ ଭୋଟ୍‌ ମିଳିବ, ତାକୁ ନେଇ ନେତା ଓ କର୍ମୀ ହିସାବ କରିବାରେ ଲାଗିଛନ୍ତି।

ଲୋକସଭା ଆସନରେ ବିଜେପିର ନବଚରଣ ମାଝୀ ଓ ବିଜେଡିର ସୁଦାମ ମାରାଣ୍ଡିଙ୍କ ମଧ୍ୟରେ କଡ଼ା ଟକ୍କର ହେଉଥିବା ସବୁଠି ଚର୍ଚ୍ଚା। ଉଭୟ ଦଳର ସମର୍ଥକ ନିଜ ଦଳର ସହଜ ବିଜୟ ନେଇ ଆଶାବାଦୀ ଥିବାବେଳେ ରାଜନୀତି ବିଶ୍ଳେଷକମାନେ କିନ୍ତୁ ନବଚରଣ ଓ ସୁଦାମଙ୍କ ହାରଜିତ୍ ବ୍ୟବଧାନ ଖୁବ୍‌ କମ୍ ରହିବ ବୋଲି ଆକଳନ କରୁଛନ୍ତି। ଜେଏମ୍‌ଏମ୍‌ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କ ଭୋଟ୍‌ ହାର ହିଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ। ତେଣୁ ଭୋଟ୍‌ ଫଳାଫଳ ବେଶ୍‌ ରୋଚକ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ସେହିପରି ବାରିପଦା ବିଧାନସଭା ଆସନରେ ବିଜେଡିର ସାନନ୍ଦ ମାରାଣ୍ଡି ଓ ବିଜେପିର ପ୍ରକାଶ ସୋରେନ୍‌, ବଡ଼ସାହିରେ ବିଜେଡିର ଅନସୂୟା ପାତ୍ର ଓ ବିଜେପିର ସନାତନ ବିଜୁଳି, ଉଦଳାରେ ବିଜେଡିର ଶ୍ରୀନାଥ ସୋରେନ ଓ ବିଜେପିର ଭାସ୍କର ମଢ଼େଇ, ମୋରଡ଼ାରେ ବିଜେଡିର ପ୍ରୀତିନନ୍ଦା କାନୁନ୍‌ଗୋ ଓ ବିଜେପିର ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷିରେ ବିଜେଡିର ରଞ୍ଜିତା ମାରାଣ୍ଡି ଓ ବିଜେପିର ସଞ୍ଜଲୀ ମୁର୍ମୁ, ସାରସକଣାରେ ବିଜେଡିର ଡାକ୍ତର ଦେବାଶିଷ ମାରାଣ୍ଡି ଓ ବିଜେପିର ଭାଦବ ହାଁସଦା, ରାଇରଙ୍ଗପୁରରେ ବିଜେଡିର ରାଇସେନ ମୁର୍ମୁ ଓ ବିଜେପିର ଜଲେନ ନାଏକ, ଯଶିପୁରରେ ବିଜେଡିର ଚକ୍ରଧର ହେମ୍ବ୍ରମ୍‌ ଓ ବିଜେପିର ଗଣେଶରାମ ସିଂ ଖୁଣ୍ଟିଆଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେଉଛି। ତେବେ, କରଞ୍ଜିଆରେ ବିଜେଡିର ବାସନ୍ତୀ ହେମ୍ବ୍ରମ୍‌, ବିଜେପିର ପଦ୍ମଚରଣ ହାଇବୁରୁ ଓ ସ୍ବାଧୀନ ପ୍ରାର୍ଥୀ ବିଜୟ ନାଏକଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆକଳନ କରାଯାଇଛି। ଭୋଟର କାହା ସପକ୍ଷରେ ଭୋଟ୍‌ ଦେଇଛନ୍ତି, ତାହା ଆସନ୍ତା ୪ ତାରିଖରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe