୧୩ରୁ କୋଲକତାରେ ଅନ୍ତର୍ଜାତୀୟ ବିମ୍ସଟେକ୍‌ ସମ୍ମିଳନୀ: ଯୋଗଦେବେ ଓଡ଼ିଶାର ୧୨ଜଣିଆ ମହିଳା ପ୍ରତିନିଧିଦଳ

ଅଂଶଗ୍ରହଣ କରିବେ ୭ଟି ବଙ୍ଗୋପସାଗର ଆଞ୍ଚଳିକ ଦେଶ

୧୩ରୁ କୋଲକତାରେ ଅନ୍ତର୍ଜାତୀୟ ବିମ୍ସଟେକ୍‌ ସମ୍ମିଳନୀ: ଯୋଗଦେବେ ଓଡ଼ିଶାର ୧୨ଜଣିଆ ମହିଳା ପ୍ରତିନିଧିଦଳ

ଭୁବନେଶ୍ୱର : ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି) ନେତୃତ୍ବରେ ଅର୍ନ୍ତଜାତୀୟ ବାଣିଜ୍ୟ ମେଳା ‘ବିଆଇଏମ୍‌ଏସ୍‌ଟିଇସି’ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେବ। ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଲେଡିଜ୍‌ ଷ୍ଟଡି ଗ୍ରୁପ୍‌ (ଏଲ୍‌ଏସ୍‌ଜି) ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ଏହି ମେଳାରେ ବାଂଲାଦେଶ, ଭୂଟାନ, ଭାରତ, ମ୍ୟାଁମାର୍‌, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଆଦି ୭ଟି ବଙ୍ଗୋପସାଗର ଆଞ୍ଚଳିକ ଦେଶ ଅଂଶଗ୍ରହଣ କରିବେ। ବଡ଼ କଥା ହେଲା, ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧିଦଳ ପ୍ରତିନିଧିତ୍ୱ କରିବେ। ସେମାନେ ହେଲେ, ସୁକୀର୍ତ୍ତି ପଟ୍ଟନାୟକ, ପ୍ରୀତିପଲ୍ଲବୀ ପଟ୍ଟନାୟକ, ମିନୁ ପଟ୍ଟନାୟକ, ସ୍ୱାତି କେଜ୍ରିୱାଲ, ସୋଫିଆ ଫିରଦୋସ୍‌, ସୋନି ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି, ଶ୍ୱେତା ଶର୍ମା ଏବଂ ଡାକ୍ତର ସ୍ଥିତପ୍ରଜ୍ଞା ପ୍ରମୁଖ।

publive-image

ଶୁକ୍ରବାର ଦିନ ହୋଟେଲ୍‌ ଶୀତଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେବି ପାଣି, ଉପାଧ୍ୟକ୍ଷ ରାଜୀବ ସାହୁ, ଆଇଏନ୍‌ଡବ୍ଲୁଇସି ଆବାହିକା ତନୟା ପଟ୍ଟନାୟକ, ସୋଫିଆ ଫିରଦୋସ୍‌, ଆଇସିସି ଓଡ଼ିଶାର ମୁଖ୍ୟ ଜେବି ପାଲ ଏବଂ ଆଇଏନ୍‌ଡ଼ବ୍ଲ୍ୟୁଇସି ଓଡ଼ିଶାର ମହିଳା ସଦସ୍ୟମାନେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀ ବଙ୍ଗୋପସାଗରର ଆଞ୍ଚଳିକ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ସହ ବିଶ୍ୱ ବଜାରକୁ ରପ୍ତାନି ପାଇଁ ବାଟ ଫିଟାଇବ।

publive-image

ଏଥିରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ୱାସ୍ଥ୍ୟସେବା, ସଂଯୋଗୀକରଣ, କୃଷି, ଆର୍ଥିକ ସେବା, ହସ୍ତତନ୍ତ, ଷ୍ଟାର୍ଟଅପ୍‌, ଜଳବାୟୁ ପରିବର୍ତ୍ତନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ। ବୈଦେଶିକ ବ୍ୟାପାର, ବାଣିଜ୍ୟ, କୃଷି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସମେତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧି, ମନ୍ତ୍ରୀ, ରାଷ୍ଟ୍ରଦୂତ, ବିଭିନ୍ନ ଚାମ୍ବର ଅଫ୍ କମର୍ସର ମୁଖ୍ୟ, ବିଶ୍ୱ ବ୍ୟାଙ୍କ/ ଏଏଚ୍‌ଡି, ଡବ୍ଲୁଏଚ୍‌ଓ, ସମସ୍ତ ବିଏଆଇଏମ୍‌ଏସ୍‌ଟିଇସି ଦେଶର ସରକାରୀ ପ୍ରତିନିଧି, ବିଭିନ୍ନ ରାଜ୍ୟ, ପଲିସି ଆଡ୍‌ଭୋକେଟ୍‌, ଉଦ୍ୟୋଗୀ, ଶିଳ୍ପପତି ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe