ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ଆସନ୍ତା ୨୯ରୁ ଅନ୍ତର୍ଜାତୀୟ ସବୁଜ ମହୋତ୍ସବ

Advertisment
ବୃକ୍ଷ‌ରୋପଣରେ ‘ସମ୍ବାଦ ସାହିତ୍ୟଘର’ର ନୂଆ ମାଇଲଖୁଣ୍ଟ: ଲାଗିଲା ଲକ୍ଷେ ୧୬ ହଜାର ଚାରା

naturetalkies.com

ଭୁବନେଶ୍ବର : ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ଆସନ୍ତା ୨୯ତାରିଖରୁ ଅନ୍ତର୍ଜାତୀୟ ସବୁଜ ମହୋତ୍ସବ ଅନୁଷ୍ଠିତ ହେବ। ପରିବେଶ ପ୍ରଦୂଷଣ, ବିଶ୍ବ ତାପନ ଓ ଜଳବାୟୁ ପରିବର୍ତନକୁ ନେଇ ଆସନ୍ତା ଜାନୁଆରି ୫ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏହି ଉତ୍ସବ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀ, ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ସଂଗଠନ ଓ ରାଜ୍ୟର ସମସ୍ତ ଜିଲ୍ଲାରେ ଏହାକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଗ୍ରିନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ।

ଆଜି ହୋଟେଲ ଚନ୍ଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉତ୍ସବ ଅବସରରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଗଣ, ଲୋକସଭା ବାଚସ୍ପତି ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ମୁଖ୍ୟ ସଚିବ, ପ୍ରତ୍ୟେକ ସାଂସଦ ଓ ବିଧାୟକମାନେ ମଧ୍ୟ ବୃକ୍ଷରୋପଣ କରିବା ସହିତ ବିଭିନ୍ନ କାର୍ଯ୍ୟରେ ଯୋଗଦାନ କରିବେ। ୨୯ତାରିଖ ସକାଳେ ରାଜଭବନ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ନିକଟରେ ଏହା ଉଦ୍‌ଘାଟିତ ହେବ। ପରେ ରାଜ୍ୟ ତଥା ଦେଶବିଦେଶରୁ ଆସିଥିବା ପରିବେଶବିତ୍, ବୁଦ୍ଧିଜୀବୀ, ଚଳଚ୍ଚିତ୍ର ଅଭିନେତା, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ସାହିତ୍ୟିକ, କୃଷକ, ପାଇକଙ୍କ ସମେତ ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏକ ୱାକାଥନ୍‌ ସମେତ ସାଧାରଣ ସଭାରେ ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ବୀର ମହାସଂଘର ପ୍ରକାଶ ଶ୍ରୀଚନ୍ଦନ, ଜଜ୍ଞାଶିଷ ମହାପାତ୍ର ଓ ଅମିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe