କୋଣାର୍କ: ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏଥିପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବାବେଳେ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଉତ୍ସବକୁ ଆକର୍ଷଣୀୟ କରିବା ଲାଗି ସାଇକ୍ଳୋଥନ୍, ଗଣଦୌଡ଼ ଓ ପୁସ୍ତକ ମେଳା ଭଳି କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା ସହିତ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ପାଞ୍ଚଦିନ ବ୍ୟାପି ପ୍ରତିଷ୍ଠିତ ବାଲୁକା ଶିଳ୍ପୀଙ୍କୁ ନେଇ ବାଲୁକା କଳା ପ୍ରଦର୍ଶନୀ ଚଳିତ ବର୍ଷ ଉତ୍ସବକୁ ଆହୁରି ଆକର୍ଷଣୀୟ କରିିବ ବୋଲି ବିଭାଗୀୟ ଅଧିକାରୀ କହିିଛନ୍ତି। ତେବେ କୋଣାର୍କ ଉତ୍ସବ ଦୃଷ୍ଟିରୁ ପାଞ୍ଚଦିନ ଧରି ସୂର୍ଯ୍ୟମନ୍ଦିରର ଶଦ୍ଦାଲୋକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆଜିର ପ୍ରସ୍ତୁତି ବୈଠକରେ ଆଇନଶୃଙ୍ଖଳା, ବିଦ୍ୟୁତ, ପାନୀୟଜଳ ଯୋଗାଣ, ପରିବହନ ସଂପର୍କରେ ଆଲୋଚନା ହୋଇଥିଲା।
ଆନ୍ତର୍ଜାତିକ କୋଣାର୍କ ଉତ୍ସବ ୧ରୁ
Advertisment
Follow Us