ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ

ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ

Business Standard

ଭୁବନେଶ୍ବର : ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଇଛି। ପୋଷ୍ଟର, ଲିଫଲେଟ୍ ଓ ନୁକ୍କଡ଼ ନାଟକ ଆଦି ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଖୋର୍ଦ୍ଧାରୋଡ୍ ଓ ତାପଙ୍ଗ ଷ୍ଟେସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ଦତ୍ତ ଅଂଶଗ୍ରହଣ କରି ଲେଭେଲ୍ କ୍ରସିଂ ଗେଟ୍‌ଠାରେ ଟ୍ରେନ୍ ଲାଇନ ଅତିକ୍ରମ ବେଳେ ବିଶେଷ ଧ୍ୟାନ ଦେବାକୁ ପଥଚାରୀଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବତଟ ରେଳପଥ ମୁଖ୍ୟାଳୟର ଉପ ମୁଖ୍ୟ ସୁରକ୍ଷା ଅଧିକାରୀ ଏସ ସି ନାୟକଙ୍କ ସହିତ ମୁଖ୍ୟାଳୟ ଓ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳର ସୁରକ୍ଷା ବିଭାଗ କର୍ମଚାରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରେତଙ୍ଗ ଓ କାଇପଦର ରେଳ ସେକ୍ସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକରେ ସଚେତନତା କରାଇଥିଲେ। ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଗଣେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମଗୁଡ଼ିକୁ ସଂଯୋଜନା କରିଥିବା ବେଳେ ଲେଭଲ କ୍ରସିଂ ପାର ହେବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe