ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

Advertisment
ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

ଦେବଗଡ଼: ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ସୋମବାର ଚତୁର୍ଥ ସନ୍ଧ୍ୟାରେ ସୋହେଲା ଡ୍ରାମା ଚେତନା ଅନୁଷ୍ଠାନର ସମ୍ବଲପୁରୀ ନାଟକ ‘ବହି’ ଓ ସୁବର୍ଣ୍ଣପୁର ଜିଲ୍ଲାର ବଡକର୍ଲେର ବୀଣାପାଣି ସାହିତ୍ୟ କଳା ସଂସଦର ସମ୍ବଲପୁରୀ ନାଟକ ‘ଗୁଟେ ରାତିର କଥା’ ମଂଚସ୍ଥ ହୋଇଥିଲା। ଅନୁଷ୍ଟାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବ ବିଧାୟକ ସଂଜୀବ ପ୍ରଧାନ ଯୋଗ ଦେଇଥିଲେ।

ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନ୍ମାଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ। ପରେ ପ୍ରଥମ ନାଟକ ସୋହେଲା ଡ୍ରାମା ଚେତନା ଅନୁଷ୍ଟାନର ଅଶୋକ ବହିହାରଙ୍କ ରଚିତ ଓ ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ବହି’ ମଂଚସ୍ଥ ହୋଇଥିଲା। ନାଟକର କଥାବସ୍ତୁ ଅନୁସାରେ ଜଣେ ଲେଖକ ଖୁସି ହୁଅନ୍ତି ଯେତେବେଳେ ତାଙ୍କ ଲେଖା କୌଣସି ବହିରେ ପ୍ରକାଶିତ ହୋଇଥାଏ। ‌ବର୍ତ୍ତମାନ ସମାଜରେ କେତେ ଲୋକ ବହି କିଣି ପଢୁଛନ୍ତି? ହେଲେ ବି ଲେଖକ ସବୁ ସହି ବହି ପ୍ରକାଶନ କରୁଛନ୍ତି। ନାଟକରେ ପ୍ରଦର୍ଶିତ ବନମାଳୀ ବାବୁ ବହୁଗୁଡ଼ିଏ ବହି ଛପାନ୍ତି ଏବଂ ଉନ୍ମୋଚନ ମଧ୍ୟ କରନ୍ତି। ଏସବୁକୁ  ତାଙ୍କ ସ୍ତ୍ରୀ ଶକୁନ୍ତଳା ଆଦୌ ପସନ୍ଦ କରନ୍ତି ନାହିଁ।

ସାହିତ୍ୟର ବିକାଶ ଲାଗି ବନମାଳୀ ବାବୁ ସବୁବେଳେ ସମସ୍ତଙ୍କୁ କୁହନ୍ତି ବିଭିନ୍ନ ସମୟରେ ବହି ଲୋକମାନଙ୍କୁ ଉପହାର ଦେବାପାଇଁ ଅନୁରୋଧ କରନ୍ତି। ନିଜ ବହି ଛଡ଼ା ଆଉ କିଛି ସେ ଦିଅନ୍ତି ନାହିଁ। ନିଜର ଝିଅ ବାହାଘରରେ ସମସ୍ତେ ଉପାହାର ହିସାବରେ ବହି ପ୍ରଦାନ କରିଥିଲେ। ନାଟକ ‘ବହି’ ମାଧ୍ୟମରେ କଳାକାରମାନେ ଭିନ୍ନ ଢଙ୍ଗରେ ନାଟକ ପ୍ରଦର୍ଶିତ କରିଥିଲେ। ଦ୍ବିତୀୟ ନାଟକ ​ସୁବର୍ଣ୍ଣପୁର ଜିଲ୍ଲା ବଡ‌କର୍ଲେର ବୀଣାପାଣି ସାହିତ୍ୟ କଳା ସଂସଦର ସୁମନ୍ତ ଭୋଇଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ଗୁଟେ ରାତିର କଥା’ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଞ୍ଜନ ଦାସ, ବଂଶୀଧର ସାହୁ, ଶିବାଶିଷ ଝାଙ୍କର, ମଙ୍ଗଳ ମହାକୁଳ, ରାକଶେ ଶତପଥୀ, ଶ୍ରବଣ ନାଏକ ସମତେ ଅନୁଷ୍ଠାନର କର୍ମକର୍ତ୍ତାମ‌ାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe