ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍‌ଯାପିତ

Advertisment
ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍‌ଯାପିତ

ଦେବଗଡ଼: ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ୍‌ ହଲ୍‌ରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲର ପକ୍ଷରୁ ଓଡ଼ିଆ ନାଟକ ‘ଲୁହର ରଙ୍ଗ’ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ଉପଦେଷ୍ଟା ନିବେଦିତା ନା‌ୟକ ମୁଖ୍ୟ ଅତିଥି ତଥା ସଂସ୍ଥାପନା ଚାରିଟେବଲ୍‌ ଟ୍ରଷ୍ଟ ଏବଂ ରୁମୁକୁଝୁମାନା ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସରୋଜ ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନ୍ମାଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ।

ଜିଲ୍ଲାର ଅଭିନେତ୍ରୀ ପୂର୍ଣ୍ଣିମା ଗୁରୁଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାଗରଣ ସମ୍ମାନ -୨୦୨୨’ ପ୍ରଦାନ କରାଯାଇଥିଲା। ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ। ସଭା ପରେ ଅନୁଷ୍ଠାନ ପକ୍ଷରୁ ନାଟ୍ୟରଶ୍ମି ଅଶୋକ ବହିଦାରଙ୍କ ରଚିତ ଏବଂ ସୁଜିତ ପାତ୍ରଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଲୁହର ରଙ୍ଗ’ ପରିବେଷଣ କରାଯାଇଥିଲା। ନାଟକର କଥାବସ୍ତୁ ଅନୁସାରେ ରାଇମୋହନ ବାବୁ ଜଣେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ। ସ୍ତ୍ରୀଙ୍କୁ ହରାଇବା ପରେ ଝିଅ କଳ୍ପନାକୁ ନେଇ ତାଙ୍କର ସଂସାର। କିନ୍ତୁ ଝିଅର ବିବାହର ମାସେ ନ ପୁରୁଣୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଦୁଃଖ ଓ ଯନ୍ତ୍ରଣାରେ ଭାଙ୍ଗି ପଡ଼ନ୍ତି ରାଇମୋହନ ବାବୁ। ଆତ୍ମହତ୍ୟା କରିବା ପାଇଁ ଶେଷରେ ନିଷ୍ପତ୍ତି ନିଅନ୍ତି। ବିଧବା ଝିଅ କଳ୍ପନାକୁ ଦେଖି ରାଇମୋହନ ବାବୁ ଶେଷରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୁଅନ୍ତି ବଂଚିବା ପାଇଁ ବୋଲି ନାଟକରେ କଳାକାରମାନେ ନିଖୁଣ ଭାବେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଂଜନ ଦାସ, ବଂଶୀଧର ସାହୁ, ଶିବାଶିଷ ଝାଙ୍କର, ଶ୍ରବଣ ନାଏକଙ୍କ ସମତେ ଅନୁଷ୍ଠାନର କର୍ମକର୍ତ୍ତାମ‌ାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe