ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାର ଗ୍ରହଣ କଲେ ସୌମ୍ୟରଂଜନ

ଅନ୍ତର୍ଜାତୀୟ ବିଶ୍ବାମିତ୍ର ପୁରସ୍କାର ଗ୍ରହଣ କଲେ ସୌମ୍ୟରଂଜନ

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ସ୍ଥାନୀୟ ଇଡ୍‌କଲ୍‌ ଅଡି‌ଟୋରିଅମ୍‌ରେ ବିଦ୍ୟାବାହିନୀ ଟ୍ରଷ୍ଟ୍, ଓଡ଼ିଶା ତରଫରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ  ଆନ୍ତର୍ଜାତିକ ବିଶ୍ବାମିତ୍ର ପୁରସ୍କାର -୨୦୧୯ ଲାଭ କରିଥିବା‌ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଇଟାଲିରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ପଟ୍ଟନାୟକ ଯୋଗଦେଇପାରି ନ ଥିବାରୁ ବିଶ୍ବାମିତ୍ର ପୁରସ୍କାରର ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସରସ୍ବତୀଙ୍କ ସହ ଯୋଗବିଦ୍ୟା ଅନ୍‌ଲୁଜ୍, ଇଟାଲିର ଦୁଇ ବରେଣ୍ୟ ସଦସ୍ୟା ଷ୍ଟେଫାନିଆ ରୋସିଟୋ ଏବଂ ଲୌରା ତଲାମୌନି ଓଡ଼ିଶା ଆସି  ଆଜିର ସ୍ବତନ୍ତ୍ର ଉତ୍ସବରେ ସୌମ୍ୟରଂଜନଙ୍କୁ ପୁରସ୍କାର ଦେବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ ସ୍ବାମୀ ରାମ ସ୍ବରୂପାନନ୍ଦଜୀ ପୌରୋହିତ୍ୟ କରିଥିବା ବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ନଗେନ୍ ବାରିକ।

ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଲୋକସ୍ବରର ସଶକ୍ତୀକରଣ ବିଭାଗରେ ବିଶ୍ବାମିତ୍ର ପୁରସ୍କାର ପାଇଁ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିଲା। ସଂସ୍ଥା ପକ୍ଷରୁ କୁହାଯାଇଥିଲା, ଶ୍ରୀ ପଟ୍ଟନାୟକ ଜଣେ ବୁଦ୍ଧିଜୀବୀ ଓ ଦୂରଦ୍ରଷ୍ଟା ଭାବେ ଓଡ଼ିଶାର ଘରେ ଘରେ ପରିଚିତ। ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଏବଂ ଆମ ଓଡ଼ିଶା ଚାରିଟେବୁଲ୍‌ ଟ୍ରଷ୍ଟର ସଂସ୍ଥାପକ ତଥା ଜଣେ ରାଜନେତା ଭାବେ ପ୍ରତି ଉଦ୍ୟମରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରତିଫଳିତ ହୋଇଆସୁଛି। ଓଡ଼ିଆ ଭାଷା ଓ କୃଷକଙ୍କ ଅଧିକାର ପାଇଁ ମଧ୍ୟ ତାଙ୍କ ଉଦ୍ୟମ ଅନନ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe