ଲଇକେରାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଲଇକେରାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଲଇକେରା : ଲଇକେରା ବ୍ଲକ୍‌ ମିନି ଷ୍ଟାଡିୟମରେ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି।

ଏଥିରେ ଦୀପାଳି ଦାସ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ମିସନ ଶକ୍ତି କାର୍ଯ୍ୟକ୍ରମରେ ସୁଜାତା ପାଣ୍ଡିଆନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ମିସନ ଶକ୍ତି ଜରିଆରେ ଆଜି ମହିଳାମାନେ ନିଜେ ସ୍ୱାବଲମ୍ବୀ ହୋଇ ପାରିଥିବା କହିଥିଲେ। ଏଥି ସହିତ ଅଞ୍ଚଳବାସୀ ଯେପରି ଆଗରୁ ବାପା ନବକିଶୋର ଦାସଙ୍କୁ ସହଯୋଗ କରିଥିଲେ ତାଙ୍କ ଦେହାନ୍ତ ପରେ ତାଙ୍କ ସହିତ ରହି ସହଯୋଗ କରିବାକୁ ନିବେଦନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ସ୍ବର୍ଗତ ଦାସଙ୍କ ପୁତ୍ରବଧୂ ଚାର୍ବୀ ଦାସ, ଲଇକେରା ଜୋନ୍‌ (ଖ)ର ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜୁକ୍ତା ବେହେରା, କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ, ସମାଜସେବୀ ଆନନ୍ଦିନୀ ପାଢ଼ୀ ପ୍ରମୁଖ ଯୋଗଦେଇ ମହିଳା ଦିବସ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଆକାଶବାଣୀର ଉଦ୍‌ଘୋଷିକା ମମତା ଦାସ ସଭା ପରିଚାଳନା କରିଥିଲେ। ସଭା ଆରମ୍ଭରୁ ବିଜୁ ବାବୁ ଓ ନବ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭାରେ ସ୍ବର୍ଗତ ଦାସଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଲଇକେରା, କୋଲାବିରା ଓ କିର୍ମିରା ବ୍ଲକ୍‌ର ପ୍ରାୟ ୪ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ।

ଅନ୍ୟ ପଟେ ଆଜି ଦେଖିବାକୁ ମିଳିଥିଲା ଅନ୍ୟ ଏକ ଦୃଶ୍ୟ। ଆଜି ମଞ୍ଚ ଉପରେ ଦୀପାଳିଙ୍କ ସହିତ ନବ ଦାସଙ୍କ ବୋହୂଙ୍କୁ ମଧ୍ୟ ଏହି ସଭାରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe