ସୁନ୍ଦରଗଡ଼ରେ ବିଶ୍ୱ ଯୋଗ ଦିବସ: ଯୋଗ ଶାରୀରିକ ଓ ମାନସିକ ସୁସ୍ଥତାର ମୂଳ ଉତ୍ସ

Advertisment
ସୁନ୍ଦରଗଡ଼ରେ ବିଶ୍ୱ ଯୋଗ ଦିବସ: ଯୋଗ ଶାରୀରିକ ଓ ମାନସିକ ସୁସ୍ଥତାର ମୂଳ ଉତ୍ସ

ସୁନ୍ଦରଗଡ଼: ଯୋଗ ଶାରୀରିକ, ମାନସିକ ସୁସ୍ଥତା ତଥା ବୌଦ୍ଧିକ ବିକାଶର ମୂଳ ଉତ୍ସ। ଭାରତରେ ୫ ହଜାର ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଏହି ଅଭ୍ୟାସକୁ ଆଜି ସାରା ବିଶ୍ବ ସ୍ବୀକାର କରିଛି। ଆଜି ବିଶ୍ୱବାସୀ ପାଳନ କରୁଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ। ଏହିକ୍ରମରେ ଆଜି ସକାଳେ ସୁନ୍ଦରଗଡ଼ ସରକାରୀ କଲେଜ ପଡିଆରେ ବିଶ୍ବ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି।

publive-image

ଏଥିରେ ଅତିଥି ଭାବେ ଜିଲ୍ଲାଜଜ୍ ଶୁଭଦର୍ଶୀ ପଟ୍ଟନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୌରାଧ୍ୟକ୍ଷା ତନୟା ମିଶ୍ର, ସରକାରୀ କଲେଜ ଅଧକ୍ଷ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯୋଗଚାର୍ଯ୍ୟ ହରିଭାଇ ଆର୍ଯ୍ୟନଙ୍କ ଯୋଗ ଶିକ୍ଷା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ମହିଳା, ପୁରୁଷ, ଯୁବକ ଯୁବତୀ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ। ଟାଙ୍ଗରପାଲି ବ୍ଲକ୍ ଚସଲାଡିହିରେ ବି ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe