The Logical Indian
ସମ୍ବଲପୁର : ସମ୍ବଲପୁର ସହରରେ ଶାନ୍ତି ଫେରିବା ସହିତ ଇଣ୍ଟରନେଟ୍ ସେବା ପୁଣି ସ୍ବାଭାବିକ ହୋଇଛି। ଗତ ୧୨ ତାରିଖ ସଂଧ୍ୟାରେ ଗଣ୍ଡଗୋଳ ପରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା। ହିଂସାକାଣ୍ଡ ରୋକିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା। ରାତ୍ରିକାଳୀନ କର୍ଫ୍ୟୁ ଏବେ ବି ଜାରି ରହିଥିବା ବେଳେ ଇଣ୍ଟର୍ନେଟ୍ କିନ୍ତୁ ଫେରି ଆସିଛି। ଆଜି ସକାଳୁ ଜିଓ, ବିଏସ୍ଏନ୍ଏଲ୍ ଇଣ୍ଟର୍ନେଟ୍ ମୋବାଇଲ୍ ଗୁଡ଼ିକରେ ସଚଳ ହୋଇଥିଲା। ଏୟାର୍ଟେଲ୍ ଓ ଅନ୍ୟାନ୍ୟ ନେଟ୍ୱର୍କର ସେବା ବି ସକାଳୁ ସକାଳୁ ଫେରି ଆସିଥିଲା। ତିନିଦିନ ତଳେ ଲିଜ୍ ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ୍ ସେବା ପୁନଃ ଆରମ୍ଭ ପାଇଁ ଅନୁମତି ଦିଆଯାଇଥିଲା।
Follow Us