ଆନ୍ଧ୍ର ପୁଲିସ ପଞ୍ଝାରେ ର୍ଜାତୀଆନ୍ତୟ ରକ୍ତଚନ୍ଦନ ତସ୍କର: ଦୁଇ କୋଟିର କାଠ ଜବତ, ୧୧ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ପାରଳାଖେମୁଣ୍ଡି : ଆନ୍ଧ୍ର ପୁଲିସ୍ ହାତରେ ଧରା ପଡ଼ିଛନ୍ତି ଆନ୍ତର୍ଜ।ତୀୟ ରକ୍ତଚନ୍ଦନ ତସ୍କର ଗ୍ୟାଙ୍ଗ୍‌ର ୧୧ ସଦସ୍ୟ। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳର ମାର୍କଣ୍ଡ ସାବତ, ଅଭିଜିତ ଭୂୟାଁ, ବାରିକି ପ୍ରଧାନ ଅଛନ୍ତି। ଏହି ଗ୍ୟାଙ୍ଗ୍‌ର ଅନ୍ୟ ୪ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରହିଥିବା ଶ୍ରୀକାକୁଲମ୍ ଏସ୍‌ପି ରାଧିକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୪ହଜାର ୨ଶହ କିଲୋ ଓଜନର ୩୯୬ଖଣ୍ଡ ରକ୍ତଚନ୍ଦନ କାଠ, ଆଇଚର ଗାଡ଼ି (ଏପି-୩୯ଏନଜି-୮୮୮୬) ଏବଂ ଏକ କାର୍ (ଓଡି-୦୨ଏଡି-୧୨୮୫), ନଗଦ ୩୫ ହଜାର ଟଙ୍କା ଏବଂ ୧୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ରକ୍ତଚନ୍ଦନ କାଠର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe