ଅସନ୍ତୋଷ ଝାଡ଼ିଲା ରାଜ୍ୟ ଗୃହ ବିଭାଗ : ବିନା ଅନୁମତିରେ ଏସ୍‌ପି ଓ ଡିସିପି ଅନ୍ତଃରାଜ୍ୟ ପାସ୍‌ ଦେଉଛନ୍ତି

Advertisment

ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ଶାସନ ସଚିବ

ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ଶାସନ ସଚିବ

ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ଭୁବନେଶ୍ବର : କୋଭିଡ-୧୯ ପ୍ରତିହତ ପାଇଁ ଜାତୀୟ ବିପର୍ଯ୍ୟୟ ଆଇନ ବଳରେ ସାରା ଦେଶରେ ତାଲାବନ୍ଦ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଅନ୍ତଃରାଜ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏହି ନିୟମକୁ କେତେକ ପୁଲିସ୍‌ ଏସ୍‌ପି ଓ ଡିସିପି ଫୁ କରିଦେଇଛନ୍ତି। ସରକାରଙ୍କ ଠାରୁ ଅନୁମତି ନ ନେଇ ଅନ୍ତଃରାଜ୍ୟ ଯାତ୍ରା ପାଇଁ ପାସ୍‌ ଇସ୍ୟୁ କରୁଛନ୍ତି। ଏହାକୁ ନେଇ ଆଜି ରାଜ୍ୟ ଗୃହ ବିଭାଗ ଘୋର ଅସନ୍ତୋଷ ପ୍ରକାଶ କରିଛି। ତୁରନ୍ତ ପୁଣି ଥରେ ସମସ୍ତଙ୍କୁ ତାଗିଦ୍‌ କରିବାକୁ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ସ୍ବତନ୍ତ୍ର ଶାସନ ସଚିବ ଜଣାଇଛନ୍ତି, ଚଳିତମାସ ୮ ତାରିଖରେ ଗୃହ ବିଭାଗ ଚିଠି ନମ୍ବର ୧୪୮୮୬ର ନିର୍ଦ୍ଦେଶ ଅନୁଯାୟୀ, କୌଣସି ବି ପରିସ୍ଥିତିରେ ଗୃହ ବିଭାଗ ଅନୁମୋଦନ ବିନା ଆନ୍ତଃରାଜ୍ୟ ଯାତ୍ରା ପାଇଁ ପାସ୍‌ ପ୍ରଦାନ କରାଯାଇପାରିବ ନାହିଁ। କିନ୍ତୁ ଏହା ଠିକ୍‌ ଭାବେ ପାଳନ କରାଯାଉନି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଓ ଡିସିପି ଏଣିକି କୌଣସି ଅନ୍ତଃରାଜ୍ୟ ପାସ୍‌ ସରକାରଙ୍କୁ ନ ଜଣାଇ ପ୍ରଦାନ କରିବେ ନାହିଁ ବୋଲି ଶ୍ରୀମତୀ ବାଲା ଅନୁୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe