ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ପୀଡ଼ିତ ଥାନାର ଦ୍ୱାରସ୍ଥ ପରେ ଜେଲ୍‌ ଗଲା ପ୍ରେମିକ

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ପୀଡ଼ିତ ଥାନାର ଦ୍ୱାରସ୍ଥ ପରେ ଜେଲ୍‌ ଗଲା ପ୍ରେମିକ

ଟିଟିଲାଗଡ଼: ‌ପ୍ରେମିକ ‌ପ୍ରତାରଣା କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ପ୍ରେମିକା। ଏ ସଂପର୍କରେ ସେ ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ସଂପୃକ୍ତ ପ୍ରେମିକକୁ ଗିରଫ କରି ଜେଲ୍‌ ପଠାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସର ସୂଚନା ଅନୁସା‌ରେ ଟିଟିଲାଗଡ଼ ସହର ଶିରଭଟା ପଡ଼ାର ଜଣେ ଯୁବତୀ ଓ ପୁରୁଣା ଟେନେରି ପଡ଼ାର ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ସ୍ଥାପନ ହୋଇଥିଲା। ଏହି ଅନ୍ତରଙ୍ଗ ମୁହୂର୍ତ୍ତରର ଭିଡିଓ ବି ଉଭୟ ତିଆରି କରିଥିଲେ। ହେଲେ ପ୍ରେମିକ ଧୋକା ଦେଇଥିଲା। ବିବାହ ପାଇଁ ମନା କରିବା ସହ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଥିବା ବିଷୟରେ ସମ୍ପୃକ୍ତ ଯୁବତୀ ଟିଟିଲାଗଡ଼ ଥାନାରେ ଅଭି‌ଯୋଗ କରିଥିଲେ। ଟିଟିଲାଗଡ଼ ପୁଲିସ ଏହାର ତଦନ୍ତ କରି କେସ୍‌ ନଂ ୧୭୮/୨୨ରେ ମାମଲା ରୁଜୁ କରି ସୁରୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଟିଟିଲାଗଡ଼ ବିଚାରବିଭାଗୀୟ ଉପକାରାଗାରକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe