ରାଜନୀତିରେ ବଢ଼ୁଛି ଅସହିଷ୍ଣୁତା: ସୁରେଶ ପୂଜାରୀ

ଛାତ୍ର ଜୀବନରୁ ହିଁ ଯେତେ ରାଜନୈତିକ ନେତୃବୃନ୍ଦଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଥିଲା, ତାହା ବୋଧେ ଖୁବ୍‌ କମ୍‌ ଲୋକଙ୍କୁ ମିଳିଥିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟଙ୍କଠାରୁ....

dgjjdggdjdg

ସମ୍ବଲପୁର: ଛାତ୍ର ଜୀବନରୁ ହିଁ ଯେତେ ରାଜନୈତିକ ନେତୃବୃନ୍ଦଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳିଥିଲା, ତାହା ବୋଧେ ଖୁବ୍‌ କମ୍‌ ଲୋକଙ୍କୁ ମିଳିଥିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବାମପନ୍ଥୀ ନେତା ନାଗଭୂଷଣ ପଟ୍ଟନାୟକ ଏବଂ କାହ୍ନୁ ସନ୍ୟାଲଙ୍କ ପର୍ଯ୍ୟନ୍ତ; ରାଜନୈତିକ ବିଚାରର ଭିନ୍ନତା ଦୃଷ୍ଟିରୁ ସେତେବେଳେ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ବଡ଼ ସମାଲୋଚକ। କିନ୍ତୁ ରାଜସ୍ବ ମନ୍ତ୍ରୀ ପଦ ସମ୍ଭାଳିବା ପରେ ପ୍ରଥମେ ସେ ହିଁ ମନେ ପଡ଼ିଥିଲେ। କାରଣ ଶ୍ରୀବଲ୍ଲଭ ପାଣିଗ୍ରାହୀ ଜୀବିତ ଥିଲେ, ଭୋଟ ଦେଇ ନଥାଆନ୍ତେ; କିନ୍ତୁ ପରାମର୍ଶ ଦେଇଥାଆନ୍ତେ। ପ୍ରତିପକ୍ଷଙ୍କୁ ଭଲପାଇବାର ଚରିତ୍ର ସେ ପିଢ଼ିର ଥିଲା। ଆଜିର ପିଢ଼ି ମଧ୍ୟରେ ରାଜନୈତିକ ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ପ୍ରତିପକ୍ଷ କଣ, ନିଜ ପକ୍ଷକୁ ମଧ୍ୟ ହଜମ କରି ପାରୁନାହାନ୍ତି। ରବିବାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ୮୪ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ, ଆଜି କୌଣସି ରାଜନେତା ନିଜକୁ ସଚ୍ଚୋଟ କହିବାର ସାହସ ନାହିଁ। କୌଣସି ପ୍ରାର୍ଥୀ ନିଜ ଛାତିରେ ହାତ ରଖି କହିପାରିବେ ନାହିଁ ଯେ ସେମାନେ ନିର୍ବାଚନ କମିସନଙ୍କ ଆଚରଣବିଧିର ଉଲ୍ଲଂଘନ କରି ନିର୍ବାଚନ ଖର୍ଚ୍ଚ କରିନାହାନ୍ତି। ୭୫ ବର୍ଷ ପରେ ମଧ୍ୟ ଓଡ଼ିଶା ଆଜି ଚାଉଳ ଛଡ଼ା ଅନ୍ୟ କୌଣସି ଉତ୍ପାଦନ କରୁନାହିଁ। ଏତେ ବିସ୍ତୀର୍ଣ୍ଣ ବେଳାଭୂମି ଥାଇ ମଧ୍ୟ ଲୁଣରେ ଆମେ ଆତ୍ମନିର୍ଭରଶୀଳ ନୁହେଁ। ରାଜ୍ୟର ୮୦ ପ୍ରତିଶତ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। ସୁଭଦ୍ରା ଏବଂ କାଳିଆରେ ଓଡ଼ିଶା ବିକଶିତ ହେବ ନାହିଁ। ୮୦ ଦଶକର ଯେଉଁ ଛାତ୍ର ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ତାଙ୍କୁ ସମ୍ବଲପୁରରେ ୭ ଦିନ ରହିବାକୁ ପଡ଼ିଥିଲା, ଏହାର ନେତା ସୁରେଶ ପୂଜାରୀ ଆଜି ରାଜସ୍ବ ମନ୍ତ୍ରୀ। ସେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ, କିନ୍ତୁ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ଏହା ହୋଇପାରିଲା ନାହିଁ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମ୍ବଲପୁର ବିକାଶରେ ଶ୍ରୀବଲ୍ଲଭଙ୍କ ଭୂମିକା ଏବଂ ଉଭୟଙ୍କ ବନ୍ଧୁତା ବିଷୟରେ ଅବତାରଣା କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ଓ ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଶ୍ରୀବଲ୍ଲଭଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଶ୍ରୀବଲ୍ଲଭ ଏବଂ ସୁନନ୍ଦା ଫାଉଣ୍ଡେସନ୍‌ ପକ୍ଷରୁ ସମ୍ବଲପୁରସ୍ଥିତ ରାଧାନାଥ ରଥ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ଗୋରୀଦାସ ପ୍ରଧାନ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରିୟଦର୍ଶୀ ପାଣିଗ୍ରାହୀ ଫାଉଣ୍ଡେସନ୍‌ ବିଷୟରେ ଆଲୋକପାତ କରିଥିଲେ। ରାଜର୍ଷି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe