ସୀମାନ୍ତରେ ସକ୍ରିୟ ଅନ୍ତଃରାଜ୍ୟ ମାଫିଆ: ଝାଡ଼ଖଣ୍ଡକୁ ଚାଲାଣ ହେଉଛି ଓଡ଼ିଶା ବାଲି

ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଖଡ଼ଖାଇ ନଦୀର ବିଭିନ୍ନ ବାଲିଘାଟକୁ କୋରି ପକାଇଲେଣି ବାଲି ମାଫିଆ। ପ୍ରତିଦିନ ହାଇୱା, ଡମ୍ପର, ଟ୍ରାକ୍ଟର ଜରିଆରେ ସୀମାନ୍ତ ତିରିଂ ଅଞ୍ଚଳ ଦେଇ ଝାଡ଼ଖଣ୍ଡ....

fhfshhfsfhssfh

ରାଇରଙ୍ଗପୁର ସିଟି/ତିରିଂ: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଖଡ଼ଖାଇ ନଦୀର ବିଭିନ୍ନ ବାଲିଘାଟକୁ କୋରି ପକାଇଲେଣି ବାଲି ମାଫିଆ। ପ୍ରତିଦିନ ହାଇୱା, ଡମ୍ପର, ଟ୍ରାକ୍ଟର ଜରିଆରେ ସୀମାନ୍ତ ତିରିଂ ଅଞ୍ଚଳ ଦେଇ ଝାଡ଼ଖଣ୍ଡ ରାଜ୍ୟକୁ ଚୋରାରେ ଶହଶହ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଏହି ବାଲି ବେପାର ଚାଲିଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ରହିଛନ୍ତି।

ସୂଚନା ଅନୁଯାୟୀ ସୀମାନ୍ତ ତିରିଂ ବ୍ଲକ୍‌ ରାମବେଡ଼ା ଓ ବିଜୟବସା ଅଞ୍ଚଳର ବାଲିଘାଟରୁ ଦିନରାତି ଜେସିବି ଲଗାଇ ବାଲି ଉଠାଣ ହେଉଛି। ପରେ ଏହି ବାଲିକୁ ପଡ଼ା, ଦିନାସାସାଙ୍ଗ ଛକ, ଚାକଡ଼ି, କୟଂଡିହି ଗାଁ ନିକଟସ୍ଥ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗଚ୍ଛିତ ରଖାଯାଉଛି। ରାତିରେ ଏହି ଗଚ୍ଛିତ ବାଲିକୁ ଭାରୀଯାନରେ ସୀମାନ୍ତ ଝାଡ଼ଖଣ୍ଡର ରାଜନଗରକୁ ଚାଲାଣ ହେଉଛି। ଏଥିସହ ତିରିଂ ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ୨୨୦ ନମ୍ବର ଜାତୀୟ ରାଜପଥ ଦେଇ ଝାଡ଼ଖଣ୍ଡର ହାତା, ହଳଦୀପୋଖରୀ ଓ ଜାମସେଦପୁରକୁ ମଧ୍ୟ ଲମ୍ବିଛି ବାଲି ଚୋରା ଚାଲାଣର ଚେର।

ଦୈନିକ ଶହଶହ ଟ୍ରିପ୍‌ ଯାଉଛି
ରାଜସ୍ବ ହରାଉଛନ୍ତି ସରକାର

ଝାଡ଼ଖଣ୍ଡରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଉପରେ ସେଠାକାର ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରେ ମୟୂରଭଞ୍ଜର ବାଲିଘାଟ ଉପରେ ଆଖି ପକାଇଛନ୍ତି ମାଫିଆ। ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ରାତାରାତି ଶହଶହ ଟ୍ରିପ୍‌ ବାଲି ପାର୍‌ କରି ଦେଉଛନ୍ତି। ସେହିପରି ଦିନବେଳେ ମଧ୍ୟ ଟ୍ରାକ୍ଟର ଯୋଗେ ଆଖପାଖ ଅଞ୍ଚଳକୁ ବାଲି ଚାଲାଣ ହେଉଛି।

ଏ ସମ୍ପର୍କରେ ତିରିଂ ତହସିଲଦାର ସୁଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ବାଲି ଚୋରା ଚାଲାଣ ରୋକିବା ଦାୟିତ୍ବ ଖଣି ବିଭାଗକୁ ଦିଆଯାଇଛି। ତେବେ ଆମେ ବି ଅନେକ ସମୟରେ ଚଢ଼ଉରେ ସାହାଯ୍ୟ କରୁଛୁ ବୋଲି ସେ କହିଛନ୍ତି। ସେହିପରି ଖଣି ଅଧିକାରୀ ଉଦୟଭାନୁ ସାହୁ କହିଛନ୍ତି, ଖଣି ବିଭାଗରେ କର୍ମଚାରୀ ଅଭାବ ରହିଛି। ତେଣୁ ବାରିପଦାରୁ ଯାଇ ସୀମାନ୍ତ ଅଞ୍ଚଳରେ ଚଢ଼ଉ କରିବା ସହଜ ହେଉନି। ତଥାପି ଖବର ପାଇବା ମାତ୍ରେ ପୁଲିସ ଓ ରାଜସ୍ବ ବିଭାଗ ସହଯୋଗରେ ଆମେ ଚଢ଼ଉ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe