ଦୁଷ୍କର୍ମ ମାମଲାରେ ଅନ୍ତରୀଣ ଜାମିନ ଆଗ୍ରାହ୍ୟ କଲେ ହାଇକୋର୍ଟ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଜୟପୁର:  କୋରାପୁଟ ଟାଉନ ଥାନା ଅର୍ନ୍ତଗତ ଜୈନେକ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରଂଜିତ କୁମାର ହନ୍ତାଳ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ହାଇକୋର୍ଟରେ ଜଷ୍ଟିସ୍ ଦେବବ୍ରତ ଦାଶ ଏହି ମାମଲାର ଶୁଣାଣି କରି ତାଙ୍କ ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି।

ସୂଚନା ମୁତାବକ, ଗତ ୨୦୨୧ମସିହାରେ କୋରାପୁଟ ଟାଉନଥାନା ଅଂଚଳର ଜୈନେକ ମହିଲାଙ୍କ ସହ ଲମତାପୁଟ ଅଂଚଳର ରଂଜିତ କୁମାର ଖିଲ ନାମକ ଯୁବକ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ପରେ ଆଉ ସଂପର୍କ ରଖିନଥିଲେ। ମହିଳା ଜଣକ ଲମତାପୁଟରେ ଥିବା ଅଭିଯୁକ୍ତଙ୍କ ଘରକୁ ଯିବାରେ ପରିବାରବର୍ଗ ତାଙ୍କୁ ମାରପିଟ୍ କରିଥିଲେ। ଏ ନେଇ ମହିଳା ଜଣକ କୋରାପୁଟ ଥାନାରେ ଏତଲା ଦେଇଥିଲେ। ମହିଳାଙ୍କ ଏତଲାକୁ ଭିତ୍ତି କରି କୋରାପୁଟ ଟାଉନଥାନା ଏହି ମାମଲାଟି ଲମତାପୁଟ ଥାନା ଅଂଚଳରେ ହୋଇଥିବାରୁ ତଦନ୍ତ ପାଇଁ  ମାଛକୁଣ୍ଡ ଥାନାକୁ ପଠାଇ ଦେଇଥିଲେ।

ମାଛକୁଣ୍ଡ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରଂଜିତ କୁମାର ହନ୍ତାଳଙ୍କ ବିରୋଧରେ ଦଫା ୩୭୬(୧), ୨୯୪, ୩୪୧,୩୨୩,୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛନ୍ତି। ସଂପ୍ରତି ଏହି ମାମଲା ଲମତାପୁଟ  କୋର୍ଟରେ ବିଚାର ଚାଳିଛି। ଅଭିଯୁକ୍ତ ରଂଜିତ କୁମାର ହନ୍ତାଳ ୨୦୨୧ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ ଦାଖଲ କରିଥିଲେ। ହାଇକୋର୍ଟ ଅନ୍ତରୀଣ ଜାମିନ୍ ଆବେଦନକୁ ଆଗ୍ରହ୍ୟ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ୍ ଷ୍ଟାଣ୍ଡିଙ୍ଗ କାଉନସିଲ ସମରେଶ ଜେନା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe