ଆୟକର ଅଧିକାରୀ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଗହଣା ନେଇଗଲେ

Advertisment
ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ

Photo by : pravakta.com

ଝାରସୁଗୁଡ଼ା : ଝାରସୁଗୁଡ଼ା ଝଣ୍ଡାଛକରେ ଥିବା ଓମ୍ ସାଇରାମ ଜୁଏଲାରି ଦୋକାନରୁ ଜଣେ ଠକ ନିଜକୁ ଆୟକର ଅଧିକାରୀର ପରିଚୟ ଦେଇ ୧ଲକ୍ଷ ୬୯ହଜାର ଟଙ୍କାର ଗହଣା ନେଇ ଚମ୍ପଟ ମାରିଛି।

ଦୋକାନ ମାଲିକ କହିଛନ୍ତି, ଗତ ୩୦ତାରିଖ ଅପରାହ୍‌ଣ ପ୍ରାୟ ୧ଟାରେ ଜଣେ ଗ୍ରାହକ ଦୋକାନକୁ ଆସି ଶାଳୀର ବିବାହ ଅଛି ବୋଲି ନିର୍ବନ୍ଧ ମୁଦି ଦେଖାଇବାକୁ କହିଥିଲା। ସମ୍ପୃକ୍ତ ବ୍ୟକ୍ତି ମୁଦି ପସନ୍ଦ କରିବା ପରେ ସୁନା ଚେନ୍ ମଧ୍ୟ ମଗାଇ ପସନ୍ଦ କଲା। ହେଲେ ଦୋକାନ ମାଲିକ ଟଙ୍କା ମାଗିବା ବେଳକୁ ନିଜକୁ ଆୟକର ଅଧିକାରୀ ବୋଲି ପରିଚୟ ଦେବା ସହିତ ଦରକାର ହେଲେ ତୁମ ଦୋକାନରେ ଏବେ ଚଢ଼ଉ କରି ବଡ଼ ଆକାରରେ ଜରିମାନା କରାଇଦେବି ବୋଲି କହିଲା। ଏହାପରେ ଭଦ୍ର ଭାବେ ବ୍ୟବହାର କରି ଏନ୍‌ଇଏଫ୍‌ଟି କରିଦେବାକୁ କହି ବ୍ୟାଙ୍କ ଆକାଉଣ୍ଟ ବିବରଣୀ ନେଇଥିଲା। ଦୋକାନ ମାଲିକ ସେମିତି କରିବାରୁ ନିଜ ଫୋନ୍‌ରେ ଟାଇପ କରିବା ସହ ଦୋକାନୀଙ୍କୁ ଏନ୍‌ଇଏଫ୍‌ଟି ହୋଇଯାଇଛି କହିଲା। ଦୋକାନ ମାଲିକ ଟଙ୍କା ଆସି ନ ଥିବା କହିବାରୁ କାଲି ସୁଦ୍ଧା ଟଙ୍କା ଆସିଯିବ କହି ସେଠାରୁ ଚାଲିଗଲା। ହେଲେ ଘଟଣାର ୫ଦିନ ପରେ ବି ଟଙ୍କା ଆସି ନ ଥିବା ଦୋକାନ ମାଲିକ କହିଛନ୍ତି। ଏ ନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe