ନଭେମ୍ବର ୨୫ରୁ ଗଞ୍ଜାମର ସବୁ ସ୍କୁଲରେ ବାଜିବ ‘ୱାଟର ବେଲ୍’, ଦିନକୁ ୩ ଥର ପିଲା ପିଇବେ ପାଣି

Advertisment
ନଭେମ୍ବର ୨୫ରୁ ଗଞ୍ଜାମର ସବୁ ସ୍କୁଲରେ ବାଜିବ ‘ୱାଟର ବେଲ୍’, ଦିନକୁ ୩ ଥର ପିଲା ପିଇବେ ପାଣି

Asianet Newsable

ବ୍ରହ୍ମପୁର: ଜଳ ହିଁ ଜୀବନ, ଏହା ସମସ୍ତଙ୍କୁ ଜଣା। ମଣିଷ ଶରୀରରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ରକ୍ତରେ ଜଳର ପରିମାଣ ୯୦ପ୍ରତିଶତ ରହିଥାଏ। ଠିକ୍ ସମୟରେ ଠିକ୍ ପରିମାଣରେ ପାଣି ପିଇବା ଦ୍ବାରା ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ। ଏବେ ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ  ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।  ସ୍କୁଲରେ କିଭଳି ପିଲାମାନେ ଠିକ୍ ସମୟରେ ପାଣି ପିଇବେ, ସେ ନେଇ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି ।  ନଭେମ୍ବର ୨୫ରୁ ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲରେ ଏହା  ଲାଗୁ କରାଯିବା ସହ ସମୟ ସମୟରେ ପିଲାମାନଙ୍କୁ ପାଣି ପିଇବା ପାଇଁ ୱାଟର ବେଲ୍ ବଜାଯିବ, ଯାହାକୁ ଶୁଣିବା ପରେ ପିଲାମାନେ ପାଣି ପିଇବେ।

ସୋମବାରରୁ ଶୁକ୍ରବାର ଦିନ ୧୧.୪୦, ୧.୩୦ ଓ ୩.୧୫ ସମୟରେ ୱାଟର ବେଲ ବାଜିବା ସହ ଶନିବାର ଦିନ ୮.୦୦,୯.୩୦ ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ୍ ବାଜିବ। ଏହା ପିଲାମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବ। ଘଣ୍ଟା ବାଜିବା ମାତ୍ରେ ଛାତ୍ରଛାତ୍ରୀମାନେ ଏକକାଳୀନ ପାଣି ପିଇବେ। ଯେଉଁମାନେ ଘରୁ ପାଣି ନେଇ ଆସନ୍ତି ନାହିଁ, ସେମାନଙ୍କ ପାଇଁ ୫ମିନିଟ୍ ଜଳପାନ ବିରତି ରଖାଯିବ, ଯାହାଦ୍ବାରା ସେମାନେ ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇ ପାରିବେ। ଏହି ନିୟମ ପରେ ମାତା-ପିତାଙ୍କୁ ପାଣି ବୋତଲ ଦେଇ ସ୍କୁଲ ପଠାଇବା ପାଇଁ ଅନୁରୋଧ କରାଯିବ। ଏହା ସହ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ଯେମିତି ବ୍ୟବହାର ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ର-ଛାତ୍ରୀମାନଙ୍କୁ ପାଣିର ଉପଯୋଗିତା ଉପରେ ସଚେତନ କରାଇବେ। ବାଦାନ୍ୟ ବ୍ୟକ୍ତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଲୋକ ପ୍ରତିନିଧିମାନଙ୍କୁ ସ୍କୁଲକୁ ପାଣି ବୋତଲ ଯୋଗାଇଦେବା ନେଇ ଅନୁରୋଧ କରାଯିବ। ଏ ନେଇ ଅର୍ଥ ରାଶି ଯୋଗାଇଦେବା ପାଇଁ ସ୍କୁଲର ପୁରୁଣା ଛାତ୍ରଛାତ୍ରୀ ଓ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Image result for karnataka-school-introduces-water-bell-to-create-awareness-among-kids-about-drinking-water Times of India

ସୂଚନା ମୁତବକ, ସ୍କୁଲକୁ ଯିବା ସମୟରେ ଘରୁ ପାଣି ବୋତଲରେ ପାଣି ଭରି ସ୍କୁଲ ଆସୁଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପାଣି ପିଅନ୍ତି ନାହିଁ। କିଛି ଛାତ୍ରଛାତ୍ରୀ ପାଣି ନ ଆଣିବା ସହ ସ୍କୁଲରେ ଥିବା ପାଣି ମଧ୍ୟ ପିଅନ୍ତି ନାହିଁ। ଯାହାଦ୍ବାରା ଜ୍ବର, ସଂକ୍ରମଣ, ନିର୍ଜଳୀକରଣ ଆଦିର ଶିକାର ହୋଇଥାନ୍ତି। ଏ ସବୁ କଥାକୁ ଲକ୍ଷ କରି ଜିଲ୍ଲାର ପ୍ର‌ତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଚୁର ପାଣି ପିଇବାକୁ ପ୍ରବର୍ତ୍ତାଇବା ପାଇଁ ୱାଟର ବେଲର ପ୍ରଚଳନ ନେଇ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe