‘ସମ୍ବାଦ’ ପ୍ରଭାବ: ଧାନକିଣା ମହାଦୁର୍ନୀତିର ତଦନ୍ତ ଆରମ୍ଭ

Advertisment
‘ସମ୍ବାଦ’ ପ୍ରଭାବ: ଧାନକିଣା ମହାଦୁର୍ନୀତିର ତଦନ୍ତ ଆରମ୍ଭ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ମହାଦୁର୍ନୀତି ପ୍ରସଙ୍ଗ ‘ସମ୍ବାଦ’ ଲୋକଲୋଚନକୁ ଆଣିବା ପରେ ପ୍ରଶାସନିକ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ନିଜେ ଏଡିଏମ୍‌ ଏବଂ ଅନ୍ୟ ଅଧିକାରୀମାନେ ଯାଇ ତନାଘନା କରିଛନ୍ତି। ପ୍ରଶାସନିକ ଟିମ୍‌ ପୁଇଁତଲା ବ୍ଲକ୍‌ ବଇରାସର, ପୁଇଁତଲା, ବୁବେଲ ସମେତ ବିଭିନ୍ନ ପେକ୍ସକୁ ଯାଇ ତଦନ୍ତ କରିଛନ୍ତି। ସେହିପରି ଯୋଗାଣ ବିଭାଗର ଟିମ୍‌ ପୁଇଁତଲା ବ୍ଲକ୍‌ ଅଂଚଳର ବିଭିନ୍ନ ରାଇସ୍‌ ମିଲ୍‌ର ଷ୍ଟକ୍ ଯାଞ୍ଚ କରିବା ସହ ପେକ୍ସଗୁଡ଼ିକରେ ତଦନ୍ତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସହ ପୁଇଁତଲା ତହସିଲଦାର, ଏଆର୍‌ସିଏସ୍‌ ପ୍ରମୁଖ ବଇରାସର, ପୁଇଁତଲା, ବୁବେଲ ଆଦି ପେକ୍ସକୁ ଯାଇ ତଦନ୍ତ କରିଥିଲେ। ଅନ୍ୟପଟେ ଯୋଗାଣ ବିଭାଗର ଏସିଏସ୍‌ଓ ମଧ୍ୟ ବଇରାସର ପେକ୍ସ ଯାଇ ତଦନ୍ତ କରିବା ସହ ବିଭିନ୍ନ ମିଲ୍‌କୁ ଯାଇ ଷ୍ଟକ ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe