ଖଡ଼ିଛୁଆଁ ପାଇଁ ପଠାଗଲା ନିମନ୍ତ୍ରଣପତ୍ର

Advertisment

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୨ରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବ।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୨ରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବ।

shfhfshte

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ୨ରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବ। ଏଥିସହ ଶିଶୁବାଟିକାର ମଧ୍ୟ ଶୁଭାରମ୍ଭ କରାଯିବ। ତେଣୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଯୋଗ୍ୟ ବିବେଚିତ ପିଲାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣପତ୍ର ବଣ୍ଟନ କରାଯାଉଛି। ପ୍ରଥମ ଦିନରେ ରାଜ୍ୟର ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ନିକଟରେ ନିମନ୍ତ୍ରଣପତ୍ର ପହଞ୍ଚିଛି। ଆସନ୍ତା ୨୮ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ବିବେଚିତ ପିଲାଙ୍କ ପରିବାର ନିକଟରେ ପହଞ୍ଚିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ନାମଲେଖା ବୟସକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ଆଜି ‘ଏକ୍ସ’ ମାଧ୍ୟମରେ ନିଜର ପକ୍ଷ ରଖିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଶିକ୍ଷାବିତ୍‌ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ ହୋଇଛି। ସେହି ଅନୁଯାୟୀ ଆମ ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ସୀମାକୁ ୬ ବର୍ଷ କିମ୍ବା ଅଧିକ ସ୍ଥିର କରାଯାଇଛି। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ଏହି ୬ ବର୍ଷ ବୟସ ପୂର୍ତ୍ତି ସମୟସୀମାକୁ ମାର୍ଚ୍ଚ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe