ଆମେରିକା ରାଷ୍ଟ୍ରଦୂତଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ଗ୍ୟାସ୍‌ ଭିତ୍ତିଭୂମି ବିକାଶ ପାଇଁ ଆମେରିକା କମ୍ପାନିଙ୍କୁ ନିମନ୍ତ୍ରଣ

Advertisment
ଆମେରିକା ରାଷ୍ଟ୍ରଦୂତଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ଗ୍ୟାସ୍‌ ଭିତ୍ତିଭୂମି ବିକାଶ ପାଇଁ ଆମେରିକା କମ୍ପାନିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ/ଭୁବନେଶ୍ବର : ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍‌ ଜଷ୍ଟର୍‌ଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଭାରତରେ ଗ୍ୟାସ୍‌ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନିମାନଙ୍କୁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ନିମନ୍ତ୍ରଣ କରିଛନ୍ତି।

ଆଲୋଚନା କାଳରେ ଭାରତ ଓ ଆମେରିକା ଦ୍ବିପାକ୍ଷିକ ସାମରିକ ଉର୍ଜା ପ୍ରସଙ୍ଗ ସ୍ଥାନ ପାଇଥିଲା। ଦ୍ବିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକା ରାଷ୍ଟ୍ରଦୂତ ମତପ୍ରକାଶ କରିଥିଲେ। ଏହା ସହ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରକୁ କିପରି ଅଧିକ ମଜବୁତ୍ କରାଯିବ, ସେ ଦିଗରେ ମଧ୍ୟ ଉଭୟ ଆଲୋଚନା କରିଥିଲେ।

ଏଥିସହିତ, ଚଳିତବର୍ଷ ଜୁନ୍‌ରେ ‌ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ଭଣ୍ଡାର କର୍ପୋରେସନ୍ ଉପରେ ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe