ଭାରତ ଊର୍ଜା ସୁରକ୍ଷାକୁ ବଢ଼ାଇବ ଦ୍ବିପାକ୍ଷିକ ଚୁକ୍ତି: ଧର୍ମେନ୍ଦ୍ର

Advertisment

ଆଇଓସିଏଲ୍‌ ଓ ରୋଜନେଫ୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଆଇଓସିଏଲ୍‌ ଓ ରୋଜନେଫ୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ ଊର୍ଜା ସୁରକ୍ଷାକୁ ବଢ଼ାଇବ ଦ୍ବିପାକ୍ଷିକ ଚୁକ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର : ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟର ସିଇଓ ଇଗୋର ସଚିନ ଓ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଆଜି ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଥମ ଥର ପାଇଁ ଆଇଓସିଏଲ୍‌ ଓ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଫଳରେ ଋଷ ଭାରତକୁ ବାର୍ଷିକ ୨ ଏମ୍‌ଏମ୍‌ଟି ଅଶୋଧିତ ତୈଳ ଯୋଗାଇବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଆଜିର ଚୁକ୍ତି ଦ୍ବ‌ାରା ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ଚୁକ୍ତି ଭାରତର ଉର୍ଜା ସୁରକ୍ଷାକୁ ବଢ଼ାଇବା ଦିଗରେ ବଡ଼ ପଦକ୍ଷେପ। ଭାରତ ଓ ଋଷ ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ଭାରତର ଊର୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନି। ଭାରତୀୟ ତୈଳ ଓ ଗ୍ୟାସ୍‌ ପିଏସ୍‌ୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଚାଲୁଥିବା ଦ୍ବିପାକ୍ଷିକ ପୁଞ୍ଜିନିବେଶ ଉପରେ କେନ୍ଦ୍ର ମନ୍ତ୍ରୀ ଓ ରୋଜନେଫ୍ଟର ସିଇଓ ସମୀକ୍ଷା କରିଥିଲେ। ଦ୍ବିପାକ୍ଷିକ ଊର୍ଜା ସହଯୋଗକୁ ବଢ଼ାଇବା ଓ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ କରିବା ଉପରେ ଉଭୟ ଚର୍ଚ୍ଚା କରିଥିଲେ।

ଆଜିର ବୈଠକରେ ଋଷର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡ୍‌ମ୍ୟାପ୍ ସମେତ ଗତ ବର୍ଷ ସେ‌େପ୍ଟମ୍ବରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜି ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିକୁ ଆଗକୁ ନେବା ନେଇ ଉଭୟ ସମ୍ମତି ପ୍ରକାଶ କରିଥିଲେ। ଭାରତର ଉର୍ଜା ସୁରକ୍ଷାକୁ ମଜବୁତ କରିବା ଏବଂ ଭାରତୀୟ ତୈଳ ଓ ଗ୍ୟାସ କମ୍ପାନି ସହ ମିଳିତ ଭାବେ କାମ କରିବା ପାଇଁ ସହଯୋଗକୁ ବଢ଼ାଇବା ନିମନ୍ତେ ରୋଜନେଫ୍ଟର ସିଇଓ ସମ୍ମତି ପ୍ରଦାନ କରିଥ‌ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe