ଆଇପିଏଲ୍‌ ପୂର୍ବରୁ ବୁକିଙ୍କୁ ବଡ଼ ଝଟ୍‌କା; କୋଲକାତାର ଷ୍ଟକିଷ୍ଟ୍‌ ଦିନେଶକୁ ବାନ୍ଧିଲା ବ୍ରହ୍ମପୁର ପୁଲିସ

Advertisment

ଓଡ଼ିଶାରେ ବେଟିଂ କାରବାର ଅପରେଟ୍‌ କରୁଥିଲା, ୭୨ଲକ୍ଷ ୯୬ ହଜାର ଟଙ୍କାର ଆକାଉଣ୍ଟ୍‌ ଫ୍ରିଜ୍‌

ଓଡ଼ିଶାରେ ବେଟିଂ କାରବାର ଅପରେଟ୍‌ କରୁଥିଲା, ୭୨ଲକ୍ଷ ୯୬ ହଜାର ଟଙ୍କାର ଆକାଉଣ୍ଟ୍‌ ଫ୍ରିଜ୍‌

ଆଇପିଏଲ୍‌ ପୂର୍ବରୁ ବୁକିଙ୍କୁ ବଡ଼ ଝଟ୍‌କା; କୋଲକାତାର ଷ୍ଟକିଷ୍ଟ୍‌ ଦିନେଶକୁ ବାନ୍ଧିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ଆଇପିଏଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବ୍ରହ୍ମପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରହ୍ମପୁର ପୁଲିସ କୋଲକାତାରେ ରହି ଓଡ଼ିଶାରେ ବେଟିଂ କାରବାର ଅପରେଟ୍‌ କରୁଥିବା ଷ୍ଟକିଷ୍ଟ୍‌ ଦିନେଶ କୁମାର ରାଠି(୪୫)କୁ ବାନ୍ଧିଛି। ବ୍ରହ୍ମପୁର ପୁଲିସ କୋଲକାତାରୁ ଦିନେଶକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ୫ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡ୍‌ରେ ଆଣିଛି। ଗୋସାଇଁ ନୂଆଗାଁ ଥାନା କେସ୍ ନମ୍ବର ୧୪୧/୨୦ରେ ଆଜି ଦିନେଶକୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦିନଶେ ନିକଟରୁ ଏକ ଲାପଟପ୍‌, ମୋବାଇଲ୍‌ ସିମକାର୍ଡ ଜବତ ହୋଇଛି। ସେହିପରି ଦିନେଶ ନାମରେ ବିଭିନ୍ନ ବ୍ୟାଙ୍କ‌ ଆକାଉଣ୍ଟର୍‌ରେ ଥିବା ୭୨ଲକ୍ଷ ୯୬ହଜାର ଟଙ୍କା ଫ୍ରିଜ୍‌ କରାଯାଇଛି ବୋଲି ଏସ୍‌.ପି. ସୂଚନା ଦେଇଛନ୍ତି।

publive-image

ବ୍ରହ୍ମପୁରରେ ଚାଲିଥିବା ଆଇପିଏଲ୍ ବେଟିଂ କାରବାରକୁ ମୂଳପୋଛ କରିବା ପାଇଁ ଏସ୍‌.ପି.ଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌କୁ ଗତ ଅକ୍ଟୋବର ୨୯ତାରିଖରେ ପ୍ରଥମ ସଫଳତା ମିଳିଥିଲା। ବ୍ରହ୍ମପୁରରେ ଆଇପିଏଲ୍‌ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ଆର୍. ଲାଲି ଆଚାରୀ ଓ ସହଯେଗୀ ପ୍ରଶାନ୍ତ ସୁବୁଦ୍ଧିକୁ ପୁଲିସ ଗିରଫ କରିଥିଲା। ତାଙ୍କ ନିକଟକରୁ ୩୩ଲକ୍ଷ ୬୧ହଜାର ୨୦୦ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ଏବଂ ୩ଟି ଏଟିଏମ୍‌ କାର୍ଡ ଜବତ ହୋଇଥିଲା। ଏମାନଙ୍କ ବୟାନ୍‌କୁ ଆଧାର କରି ପୁଲିସ ତା’ର ତଦନ୍ତ ଜାରି ରଖିଥିଲା। ଲାଲିର ଲିଙ୍କ୍‌ କୋଲକାତା, ମୁମ୍ବାଇ, ଦୁବାଇ ପର୍ଯ୍ୟନ୍ତ ରହିଥିବା ନେଇ ଜଣାପଡ଼ିଥିଲା। ସେ ନେଇ ପୁଲିସ ଏ ଦିଗରେ ଅଧିକ ଖୋଳତାଡ଼ ଜାରି ରଖିଥିଲା। ପରେ ଅନ୍ୟତମ ବୁକି ବିଶାଲ ଅଗ୍ରୱାଲ, ଅଜୟ କୁମାର ପଣ୍ଡା, ସଂଜିତ କୁମାର ବେହେରା ଓ ସହଯୋଗୀ ଅଜିତ ବରାଡ଼କୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ମଧ୍ୟ ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ ଓ କିଛି ଟଙ୍କା ଜବତ ହୋଇଥିଲା। ବ୍ରହ୍ମପୁରରେ ଧରାପଡ଼ିଥିବା ଏହି ବୁକିମାନେ କୋଲକାତାର ଜଣେ ଷ୍ଟକିଷ୍ଟ୍‌ ଅଧୀନରେ କାମ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe