ଆଇପିଏଲ୍‌ ବେଟିଂ: ୧ ଗିରଫ, ୬ ମୋବାଇଲ୍‌ ଜବତ, ୨ ଆକାଉଣ୍ଟ୍‌ ସିଜ୍‌

Advertisment
ଆଇପିଏଲ୍‌ ବେଟିଂ: ୧ ଗିରଫ, ୬ ମୋବାଇଲ୍‌ ଜବତ, ୨ ଆକାଉଣ୍ଟ୍‌ ସିଜ୍‌

ରାଉରକେଲା: ଇସ୍ପାତ ସହରରେ ପୁଣି ଜୋର୍‌ ଧରିଲାଣି ଆଇପିଏଲ୍‌ ବେଟିଂ। ବାସନ୍ତୀକଲୋନିଠାରୁ ଆରମ୍ଭକରି ଛେଣ୍ଡ୍‌, ପୋନପୋଷ, ଉଦିତନଗର ଆଦି ପ୍ରମୁଖ ଅଞ୍ଚଳରେ ବେଧଡ଼କ ଚାଲିଛି କାରବାର। ବିଳମ୍ବରେ ହେଉ ପଛେ, ଆଜି ବେଟିଂରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ରଘୁନାଥପଲ୍ଲୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ଲେବର ଟେନାମେଣ୍ଟ୍‌ ଶାନ୍ତିନଗରର ବିଶ୍ବଜିତ ପଣ୍ଡା(୨୬)। ଅଭିଯୁକ୍ତ ପାଖରୁ ନଗଦ ୨୮ ହଜାର ୬ ଶହ ଟଙ୍କା ସମେତ ୬ଟି ଦାମୀ ମୋବାଇଲ୍‌, ୨ଟି ପାନ୍‌ କାର୍ଡ, ୨ଟି ଏଟିଏମ୍‌ କାର୍ଡ, ଗୋଟିଏ ଟିଭି ଜବତ ହୋଇଛି। ଏହାସହ ଅଭିଯୁକ୍ତର ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସିଜ୍‌ କରାଯାଇଛି। ଉଭୟ ଆକାଉଣ୍ଟ୍‌ରେ ୧ ଲକ୍ଷ ୯୪ ହଜାର ୭୩୬ ଟଙ୍କା ରହିଥିଲା।

ଅଭିଯୁକ୍ତ ଦୀର୍ଘଦିନ ହେଲା ଆଇପିଏଲ୍‌ ବେଟିଂରେ ସଂଶ୍ଲିଷ୍ଟ ଥିଲା। ଅତ୍ୟନ୍ତ ଗୋପନୀୟଭାବେ କାରବାର ଚଲାଉଥିବାବେଳେ ତା’ ପାଖରେ ଏକାଧିକ ନିୟମିତ ଗ୍ରାହକଥିବା ଜଣାପଡ଼ିଛି। ପ୍ରକାଶଥାଉକି, ମାସକ ପୂର୍ବେ କୁଆରମୁଣ୍ଡା ଯମୁନାନାକିର ଏକ ଭଡ଼ା ଘରେ ଆଇପିଏଲ୍‌ ବେଟିଂ ଚାଲିଥିବାବେବେଳ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଉକ୍ତ ଘଟଣାରେ ୯ ଜଣ ଦଲାଲ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ଛତିଶଗଡ ଦୁର୍ଗ ଅଞ୍ଚଳର ଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe