ଆଇପିଏଲ ବେଟିଂ ରାକେଟର ପର୍ଦାଫାସ: ଦୁଇ ଗିରଫ, ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟର ପର୍ଦାଫାସ: ଦୁଇ ଗିରଫ, ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁଲିସ୍ ଏକ ଆଇପିଏଲ ବେଟିଂ ରାକେଟର ପର୍ଦାଫାସ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କଠାରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା, ୪ଟି ମୋବାଇଲ୍ ଏବଂ ୩ଟି ଏଟିଏମ୍ କାର୍ଡ ଜବତ ହୋଇଥିବା ଜଣାଯାଇଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୋଷାଣୀନୂଆଗାଁର ଆର୍ ଲାଲି ଆଚାରୀ(୫୦) ଏବଂ ବ୍ରହ୍ମପୁର ସହରର କେ ପ୍ରଶାନ୍ତ କୁମାର ସୁବୁଦ୍ଧି(୪୩)। ଏ ଦୁହେଁ ଦୁବାଇ, ମୁମ୍ବାଇ, କୋଲକାତା ଏବଂ ଦିଲ୍ଲୀରେ ଥିବା ଏଜେଣ୍ଟମାନଙ୍କ ସହାୟତାରେ ଆଇପିଏଲ୍ ଅନଲାଇନ୍ ବେଟିଂ ଲାଗି କେତେକ ସ୍ଥାନୀୟ ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ। ବେଟିଂ ସଂପର୍କରେ ସୂଚନା ପାଇ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା। ଏହି ଘଟଣା ସଂପର୍କରେ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe