ନୂଆ ପୁଲିସ ଡିିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ଅଭୟଙ୍କ ପ୍ରତିକ୍ରିୟା : ‘ମୋ ସରକାର’ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ

ନୂଆ ପୁଲିସ ଡିିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ଅଭୟଙ୍କ ପ୍ରତିକ୍ରିୟା : ‘ମୋ ସରକାର’ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ

କଟକ: ଓଡ଼ିଶା  ପୁଲିସର ନୂତନ ଡିଜି ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ଅଭୟ ୧୯୮୬ ବ୍ୟାଚର ଆଇପିଏସ ଅଭୟ ଏଥି ପୂର୍ବରୁ ହାଇଦ୍ରାବାଦସ୍ଥିତ  ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ ଆଜି ମଧ୍ୟାହ୍ଣରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅନ୍ୟ ବରିଷ୍ଠ ଅଧିକାରୀ ସ୍ବାଗତ କରିଥିଲେ ଏହାପରେ ସେ କଟକସ୍ଥିତ ପୁଲିସ ମୁଖ୍ୟାଳୟକୁ ଯାଇ ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ସହ ସୌଜନ୍ୟମୂଳକ ବାର୍ତ୍ତାଳାପ କରିଥିଲେ।  

publive-image

ଦାୟିତ୍ୱ ଗ୍ରହଣ ପରେ ନୂଆ ଡିଜି ଅଭୟ ପ୍ରତିକ୍ରିୟା ରଖି କହିଥିଲେ, ପୁଲିସ ବିଭାଗରେ ‘ମୋ ସରକାର ଯୋଜନା’ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ। ମହିଳା ଓ ଦୁର୍ବଳ ଶ୍ରେଣୀଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ସାଧାରଣ ଲୋକ ଥାନାକୁ ଅଭିଯୋଗ ଲାଗି ଆସିଲେ ସେମ‌ାନଙ୍କୁ ସୁବ୍ୟବହାର ପ୍ରଦର୍ଶନ ଉପରେ ମଧ୍ୟ ଅଗ୍ରାଧିକାର ଦିଅ‌ା‌ଯିବ।  ଏଥିସହିତ ନକ୍ସଲ ଓ ମାଫିଆଙ୍କ ଦମନ ଦିଗରେ କାର୍ଯ୍ୟ କରାଯିବା ସହିତ ଓଡ଼ିଶା ପୁଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ ବୋଲି ଡିଜି ଅଭୟ କହିଛନ୍ତି।

publive-image

ଉଲ୍ଲେଖାଯାଗ୍ୟ, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା  ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟଙ୍କ ନିକଟରେ ଅନେକ ବଡ ବଡ ଚ୍ୟାଲେଞ୍ଜ ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe